STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଶୀତ ସକାଳ

ଶୀତ ସକାଳ

1 min
375


ଶୀତ ସକାଳ କେବେ ମେଘବର୍ଣ୍ଣା

କେବେ ପୁଣି ଋତୁପର୍ଣ୍ଣା

ଶୀତ ସକାଳର ମାଣବସା ଗୁରୁବାର

ଆସନ୍ତି ମା ଅର୍ଣ୍ଣପୂର୍ଣ୍ଣା

ଝୋଟି ଓ ମୁରୁଜ ଦିଶେ ଦାଉ ଦାଉ

ସତେକି ଇନ୍ଦ୍ରଧନୁ ସାତବର୍ଣ୍ଣା

ଶିଶିର ଦିଶଇ ମଣି ମୁକ୍ତା ସମ ସୁନାଝରି

ସକାଳର ରଙ୍ଗୋଲି ଅପର୍ଣ୍ଣା

ସବୁ ଋତୁ ପରି ଶୀତ ସକାଳ ବାସ୍ନା ଭରି

ଆଣିଛି ପିଆଲିପୂର୍ଣ୍ଣା

ଓଠରେ ଚା କେବେ କଫି ଉଷ୍ମତାରେ

ସକାଳ ଟା କରେ ଆନମନା 

ଶୀତର କୁହୁକ ପିଇକି ରାତିକ ବଣିକ

ସକାଳେ ମାଗେ ରାତିର ଜୋସ୍ନା

ଅଳସ ନଈର କଳସ ପାଣିରେ ଝିଅ ବୋହୁ

ଯମୁନା ଯିବାକୁ ମନା

ଶୀତର ସୁରୁଜ ମଥାକୁ ଆସିଲେ ଉପରେ

ଆକାଶଟା ଅନନ୍ୟା ନୀଳବର୍ଣ୍ଣା

ମେଘ ଛାଡ଼ିଛି ଶ୍ରାବଣୀ ଯାଇଛି ଫଗୁଣ

ପତରେ ଚିଠି ଲେଖେ ନିମଗ୍ନା

ଶୀତ ମିତ ବସି ମଣିଷ ମନ ହୃଦୟେ

ଜଗାଏ ପ୍ରୀତି ଅପର୍ଣ୍ଣା

ଶୀତ ବୋଲେ ଗୀତ ଗାଁ ସହରରେ

ଘାସପରେ ଶିଶିର ତୋଳେ ମୂର୍ଚ୍ଛନା 

ନୀଳ ଜଳ ପରେ ନୀଳ ଆକାଶ ଛାତିରେ

ବାଦଲରେ ଆନ୍ୟା ବଉଦବର୍ଣ୍ଣା

ଶୀତ ସିନ୍ଦୁକରେ ଅମୁଣିହାଁ ରଖି ଧରାରେ

ବାଣ୍ଟିଦେବ ସମ୍ପୁର୍ଣ୍ଣା ଅସମ୍ପୁର୍ଣ୍ଣା

ଫୁଲ ଫଳ ଡ଼ାଳ ମୂଳ ଅବା ଗଛ ଆଣିଛି

ଶୀତ ସକାଳେ ଧୂମାଳ ତୃଷ୍ନା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract