ମନୋଜ ଦାସ ସ୍ମରଣେ
ମନୋଜ ଦାସ ସ୍ମରଣେ
ମନୋଜ ଦାସ ସ୍ମରଣେ
============
ସାହିତ୍ୟଜଗତ ପଦ୍ମ,ତୁମେହେ ପଦ୍ମଶ୍ରୀ l
ପଦ୍ମରାଗ ମଣି, ତୁମ୍ଭ ସୃଷ୍ଟି, ରାଶି ରାଶି ll
ସାହିତ୍ୟ ସୃଷ୍ଟିକୁ ତୁମ୍ଭ କି ଦେବି ଉପମା l
ତୁମ୍ଭେ କଥାକାର ପଞ୍ଚତନ୍ତ୍ରୀ ବିଷ୍ଣୁ ଶର୍ମା ll
ଶିଶୁ କଥା ନୀତି କଥା କାହାଣୀ ଶତକ l
କାବ୍ୟ କ୍ଷୁଦ୍ରଗଳ୍ପ ପୁଣି କବିତା ଯେତକ ll
ଇଂରାଜୀ ଓଡ଼ିଆ ଆଦି ଭାଷା ଭିନ୍ନଭିନ୍ନ l
ବିଶ୍ଵ କବି ଆହେ ! ତୁମ୍ଭ ଉତ୍କୃଷ୍ଟ ଚିନ୍ତନ ll
ଶ୍ରୀ ଅରବିନ୍ଦ ଦର୍ଶନେ ହୋଇ, ଉଦବୁଦ୍ଧ l
ସାହିତ୍ୟ ସୃଜିଲ ପ୍ରାଜ୍ଞ, ବିଜ୍ଞ ହେ ପ୍ରବୃଦ୍ଧ ll
ଦିବ୍ୟସ୍ରଷ୍ଟା, ଦିବ୍ୟଦ୍ରଷ୍ଟା ଦିବ୍ୟ ଦୃଷ୍ଟି ତବ l
ଯୁଗେଯୁଗେ ଜଗତକୁ ଦିଶା ଦେଉଥିବ ll
ଚିନ୍ତା ନାୟକ, ତୁମ୍ଭର ବିଲୟ ବା କାହିଁ l
ସାହିତ୍ୟସାଧକ ତୁମ୍ଭେ ଅଟ ମୃତ୍ୟଞ୍ଜୟୀ ll
ପ୍ରଣିପାତ ଘେନ ପଦେ ହେ ବିଶ୍ୱ ମାନବ l
ଧ୍ରୁବ ତାରା ହୋଇ ସୁଆଶିଷ ଦେଉ ଥିବ ll
ଯେତେକାଳ ଭବେ ଥିବ ମନୁଷ୍ୟସମାଜ l
ମନେରହିଥିବ ତୁମ୍ଭେ ମନୀଷୀ ମନୋଜ ll
🙏🙏🙏
ଅର୍ଜୁନୀ
----------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
