STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଗୀତାଙ୍କୁ ଶ୍ରଦ୍ଧାଞ୍ଜଳୀ 

ଗୀତାଙ୍କୁ ଶ୍ରଦ୍ଧାଞ୍ଜଳୀ 

1 min
1

       ଗୀତାଙ୍କୁ ଶ୍ରଦ୍ଧାଞ୍ଜଳୀ 

     =============

ସ୍ତବ୍ଧ ସ୍ତବ୍ଧ ଆଜି ଓଡ଼ିଆ ସଙ୍ଗୀତ l

     ନିରବି ଯାଇଛି କୋକିଳାଙ୍କ କଣ୍ଠ ll

ଉତ୍କଳସଂଗୀତ କାନନ କୋକିଳା l

      ଝିଅଟିଏ ଗୀତା ପଟ୍ଟ୍ନାୟକ ଥିଲା ll

ବଉଳକୁ ଡାକି ବହୁ ଖେଳ ପାଇଁ l

     ହସି ହସି କାହିଁ ଯାଇଛି ଉଭେଇ ll

ଶୁଭୁନାହିଁ ଆଉ ଗୀତାଙ୍କର ଗୀତ l

       ନିରବୀଯାଇଛି ମଧୁସ୍ରାବୀ କଣ୍ଠ ll 

ବିଜନେ ଝିଅଟି ବେଣୁବାଇ ଧିରେ l 

    ଚାଲିଗଲା ବେଣୁମାଧବଙ୍କ ପୁରେ ll 

ମନେପଡ଼େ ଯାଯାବର ଗୀତ ପୁଣି l 

    ଫୁର୍ କିନା କାହିଁ ଉଡ଼ି ଗଲା ବଣି ll 

ଭିଣେଇବାବୁ ତୁ ଭିଣେଇରେ ବାବୁ l 

 ଯାତରାଦେଖାଇ ସଙ୍ଗେ ନେଇଯିବୁ ll 

ଏଇ ଆମ ଗାଆଁ ଏଇ ଆମ ଗାଆଁ l 

   ସୁଜଳା, ସୁଫଳା, ସ୍ଵର୍ଣ୍ଣପ୍ରସୁ ମାଆ ll 

ନଦୀ ପୁଣି ସାଗରକୁ ଫେରି ଗଲା l 

    ହୃଦୟକୁ କର ତୁମେ ପାନ୍ଥଶାଳା ll 

ଆହେ ଜଗବନ୍ଧୁ ତୁମ୍ଭେ ତ ସାମନ୍ତ l 

    ଭଜନ ଜଣାଣ ଛାନ୍ଦ ପଲ୍ଲୀଗୀତ ll 

ଓଡ଼ିଆ ସିନେମା ପ୍ରଚ୍ଛଦ ଗାୟିକା l 

    କଳାଶାରି କହ କିଏ ଶୁଆ ଏକା ll 

ହିନ୍ଦୀ ରାଜସ୍ଥାନୀ ପୁଣି ଗୁଜୁରାଟି l 

   ଗୀତ ଗାଇଛନ୍ତି ଆବର ମରାଠୀ ll 

ଗୀତାଙ୍କ ମାଧୁରୀ ଗୀତ ମଧୁଝରା l 

   ସଙ୍ଗୀତଆକାଶେ ଅଟ ଧ୍ରୁବତାରା ll 

ଯେତେଦିନ ଥିବ ଓଡ଼ିଆସଂଗୀତ l 

   ତୁମ ସ୍ୱର ସଦା ହୋଇବ ଝଙ୍କୃତ ll 

ପବିତ୍ର ଜାଗର ଆଜି ଶିବରାତ୍ରି l 

      ଶଙ୍କର ଦିଅନ୍ତୁ ତାଙ୍କୁ ସଦଗତି ll 

ଓଡ଼ିଆସଙ୍ଗୀତ କାନନ କାକଳୀ l 

 ସଙ୍ଗୀତା ଗୀତାଙ୍କୁ ଅଶ୍ରୁ ଶ୍ରଦ୍ଧାଞ୍ଜଳି ll 

             🙏🙏🙏

                 ଅର୍ଜୁନୀ 

            -----------

ଅର୍ଜୁନୀ ଚରଣ ବେହେରା

ମୋ-୭୬୯୩୦୯୧୯୭୧


Rate this content
Log in

Similar oriya poem from Inspirational