STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଶିବଙ୍କ ପ୍ରିୟପୁଷ୍ପ ନାଗେଶ୍ଵର

ଶିବଙ୍କ ପ୍ରିୟପୁଷ୍ପ ନାଗେଶ୍ଵର

1 min
2

  ଶିବଙ୍କ ପ୍ରିୟପୁଷ୍ପ ନାଗେଶ୍ଵର
       ===========
ଫୁଲ ଫୁଟିଅଛି କେଡ଼େ ସୁନ୍ଦର ।
ସୁନ୍ଦର ତନୁ ତା କି ମନୋହର ।।
ଧବଳେ, ଧବଳେ ହିଙ୍ଗୁଳ ମିଶା । ଗୋଲାପିକଳିକା ଭାରି ସରସା ।।
ବସନ୍ତ କାଳରେ, ବହୁତ ଫୁଟେ ।
ମଳୟ ମରୁତେ ବାସ ଚହଟେ ।। ଭୋଳାନାଥଙ୍କର ଅଟଇ ପ୍ରୀୟ ।
ନାଗେଶ୍ଵର ଆଣି, ଶିବଙ୍କୁ ଦିଅ ।।
ଶିବରାତ୍ରୀ ଆଉ ଆଶୋଷ୍ଟମୀ ।
ନାଗଲ ଚତୁର୍ଥୀ ନାଗ ପଞ୍ଚମୀ ।।
ଏ ତିଥିରେ ଅର୍ପି, ନାଗେଶ୍ୱରକୁ ।
ଭକ୍ତିରେ ପୁଜିବ ନାଗ ନାଥଙ୍କୁ ।।
ମାତ ନାଗେଶ୍ୱରୀ ପତ୍ନୀ ଶିବଙ୍କ।
ସଳଖ ହୋଇବ କରମ ବାଙ୍କ ।।
ନାଗେଶ୍ଵର କଥା, କହୁଛି ଭାବି ।
ଚୋଉଦିଗେ ଚହଟଇ ସୁରଭି ।।
ସୁରଭି ଆକର୍ଷେ କୀଟ ପତଙ୍ଗ ।
 ଭୃଙ୍ଗ, ମଧୁମକ୍ଷି, କାଳଭୂଜଙ୍ଗ ।।
ପୁଣି ନାମ ତା'ର ନାଗବଲ୍ଲୀକା ।
ମଲ୍ଲିକା-ଅର୍ଜୁନ, ନାଗ ମଲ୍ଲିକା ।।
ଉଚ୍ଚା ବୃକ୍ଷ ତା'ର ମସକା ଡାଳ ।
କାଣ୍ଡରେ ଫୁଟଇ ପେନ୍ଥିକାଫୁଲ ।। ଲିଙ୍ଗପରେ ଫଣି ଫଣା ଟେକିଛି ।
ଏମିତି ଫୁଲଟେ କେଉଁଠି ଅଛି ।।
ନାଗେଶ୍ୱର ତେଣୁ ନାମଟି ତା'ର ।
ସୁନ୍ଦର ତନୁ ତା ମଧ୍ୟେ କେଶର ।। ସାବଧାନେ ଫୁଲ ତୋଳିବ ଭାଇ ।
ଡାଳେ କାଳ ନାଗ ଥାଆନ୍ତି ରହି ।। ନାଗେଶ୍ୱରରେ ତୋ କଥା ଏତିକି ।
ଓଁ ନମଃ ଶିବାୟଃ ମହା ଯତିଙ୍କି ।।
           🙏🙏🙏
               ଅର୍ଜୁନୀ
              -----------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya poem from Inspirational