STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଆସିଗଲା ହୋଲି 

ଆସିଗଲା ହୋଲି 

1 min
5

       ଆସିଗଲା ହୋଲି 

      ===========

ଆସିଗଲା ଆସିଗଲାରେ ହୋଲି।

ଫଗୁଣେ ଫଗୁର ପସରା ମେଲି ।।

ହଲି ହଲି ଚାଲେ ଦୋଳ ବିମାନ।

ବିମାନେ ଶ୍ରୀରାଧା ରାଧାରମଣ ।।

ଘଣ୍ଟ ଘଣ୍ଟା ଖୋଳ ଛତ୍ରୀ ତରାସ ।

ଲାଗିଛି ଉଲ୍ଲାସ, ଫଗୁ ରାହାସ ।।

ରୋଷଣୀ ଚାଲିଛି, ଫୁଟୁଛି ବାଣ ।

ଜୟ ଜୟ ପ୍ରଭୁ ଗୋପି ଜୀବନ ।।

ରାଈନାଚେ ଭକ୍ତ ନାଚନ୍ତି ଗୋପି ।

ଗୋପିଙ୍କ ଶିରରେ ଚନ୍ଦନଟୋପି।। 

ଷଣ୍ଢନାଚ ନାଚ କେଳା କେଲୁଣି ।

ଅଳପେ, ଅଳପେ ପଡ଼ଇ ପାଣି ।।

କଳା କାହ୍ନୁ କିବା କୁହୁକ ଜାଣେ ।

ଯେଣିକୁଚାହିଁବ ଦିଶଇ ତେଣେ ।।

ମଧୁରେ, ମଧୁରେ ବଂଶୀ ବାଜଇ।

ଗହ ଗହ ନାଦ କି ବୋଲି ଭାଇ।।

ମୃଦଙ୍ଗର ତାଳେ ତାଳେ କୀର୍ତ୍ତନ । 

ବାହୁତୋଳି ତୋଳି ଭକ୍ତ ନର୍ତ୍ତନ।।

ପିଚକାରୀ ରଙ୍ଗା ଅବିର ବୋଳା।

ରଙ୍ଗାୟିତ ହରିପ୍ରେମେ ବାଉଳା।।

ମଧୁର ବସନ୍ତେ, ମଧୁରେ  ବାଇ ।

ପୀକେ କୁହୁ କୁହୁ କମ୍ପାନ୍ତି ମହୀ।।

ଭକ୍ତଦ୍ୱାରେ ବୁଲି ଦୋଳଗୋବିନ୍ଦ।

ଦ୍ୱାରୀଭୋଗ ଖାଇ ମହାଆନନ୍ଦ।।

ଗୋପାଳ ପୁଅଙ୍କ ଲଉଡ଼ି ଖେଳ ।

ଗୋପାଳ କମ୍ପାନ୍ତି ଗାଇ ଓଗାଳ।। 

ଚାଲରେ ଫଗୁଆ ଯିବା ମେଲଣ ।

ଫଗୁ ଖେଳେ ସରି ଯିବ ଫଗୁଣ।।

ଜୟ, ଜୟ ପ୍ରଭୁ ରାଧା ଗୋବିନ୍ଦ।

ଆନନ୍ଦକନ୍ଦ ହେ ରାଈ ବିନୋଦ।।

ଆସଆସ ସବୁ ଖେଳିବା ହୋଲି ।

ଦୋଳ ଗୋବିନ୍ଦଙ୍କୁ ଶରଣ ଗଲି ।।

           🙏🙏🙏

               ଅର୍ଜୁନୀ 

          -----------

ଅର୍ଜୁନୀ ଚରଣ ବେହେରା 

ମୋ -7693091971


Rate this content
Log in

Similar oriya poem from Inspirational