ବନ୍ଦଇ ଭୁବନ ଭାସ୍କରେ
ବନ୍ଦଇ ଭୁବନ ଭାସ୍କରେ
ବନ୍ଦଇ ଭୁବନ ଭାସ୍କରେ
=============
ପାହିଗଲା ଏବେ ରଜନୀ
ଉଦେ ହେଲେ ଅରୁଣ ।
ତାପରେ ତପାନ୍ତି ଧରାକୁ
ତାଙ୍କ ନାମ ତପନ ।।
ଆଦି ଦେବତା ସେ ଆଦିତ୍ୟ
ତାଙ୍କ ମାତା ଅଦିତି ।
ଦିନନାଥ ଦିବାକର ସେ
କରନ୍ତି ଦିନ ରାତି ।।
ପ୍ରଭାକର ତାଙ୍କ ପ୍ରଭାକୁ
ଦେଖ ଦିଶେ ଉଜ୍ଜ୍ୱଳ ।
ସପ୍ତାଶ୍ଵ ବାହନ ରଥରେ
ତାଙ୍କ ଗତି ଚଞ୍ଚଳ ।।
କଶ୍ୟପ ଋଷିଙ୍କ କୁମର
ତାଙ୍କ କନ୍ୟା ତପତି ।
ମରତେ ବରିଲେ ତପତି
ସମ୍ବରଣ ନୃପତି ।।
ତାଙ୍କ ପୁତ୍ର ପୁଣି ସମ୍ଭବ
ରାଜା
କୁରୁ ରାଜନ ।
କୁରୁ ବଂଶ ଥାପି ପ୍ରସିଦ୍ଧ
ଯାହା କହେ ପୁରାଣ ।।
ତପତି ମରତେ ବହିଲେ
ହୋଇ ନଦୀ ମୁରତୀ ।
କୁରୁ ମହାରାଜ ଥାପିଲେ
କୁରୁକ୍ଷେତ୍ରେ କିରତୀ ।।
ମହାରାଜା ମନୁ ଜନ୍ମିଲେ
ପୁଣି ସୂର୍ଯ୍ୟ ଅଂଶରେ ।
ସୂର୍ଯ୍ୟ ବଂଶ ଥାପି ରଖିଲେ
କୀର୍ତ୍ତି ଏହି ମହୀରେ ।।
ତପନ କୂଳରେ ଜନ୍ମିଲେ
ପୁଣି ପ୍ରଭୁ ଶ୍ରୀରାମ ।
ପୟରେ ତାଙ୍କର କରୁଛି
ମୁହିଁ କୋଟି ପ୍ରଣାମ ।।
ଶାମ୍ବ କୃଷ୍ଣ ପୁତ୍ର ଆରୋଗ୍ୟ
ହେଲେ ପୂଜି ଭାସ୍କର ।
ଅର୍କ କ୍ଷେତ୍ରେ ରାଜେ ପ୍ରସିଦ୍ଧ
କୋଣାରକ ମନ୍ଦିର ।।
ବିଶ୍ବ ସିନା ତାଙ୍କ ସର୍ଜନା
ସେହି ବିଶ୍ବ ନିୟନ୍ତା ।
ସକଳ ଶକ୍ତିର ଆଧାର ପ୍ରଭୁ
ସୂର୍ଯ୍ୟ ଦେବତା ।।
ନମଃ ନମଃ ସଂଜ୍ଞା ପତି ହେ
ପ୍ରଭୁ ଛାୟା ରମଣ ।
ବନ୍ଦଇ ଭୂବନ ଭାସ୍କରେ
ବନ୍ଦେ ସୃଷ୍ଟି କାରଣ ।।
🙏🙏🙏
ଅର୍ଜୁନୀ
---------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
