ସୁନ୍ଦର ଫୁଲ ସୂର୍ଯ୍ୟମୁଖୀ
ସୁନ୍ଦର ଫୁଲ ସୂର୍ଯ୍ୟମୁଖୀ
ସୁନ୍ଦର ଫୁଲ ସୂର୍ଯ୍ୟମୁଖୀ
=============
ଫୁଲ ଏକ ସର୍ଜିଛନ୍ତି ପ୍ରଭୋ ବିଶ୍ଵପତି l
ପ୍ରଭାତୁ ଫୁଟି ସୂର୍ଯ୍ୟଙ୍କୁ କରଇ ପ୍ରଣତି ll
ହଳଦୀ ରୁପଟି ତାର ଅତି ମନୋହର l
ସୂର୍ଯ୍ୟଙ୍କ ଭଳି ରୂପ ତା ସବୁଜ ପତର ll
ବୃ୍ନ୍ତେ ଗୁନ୍ଥା ହଳଦିଆ ସୁନ୍ଦର କଳିକା l
କେଶରଅଟଇ କଳା ଅଙ୍ଗାରଭଳିକା ll
ଦିନ ଆବର୍ତ୍ତନେ ଯହିଁ ଗମନ୍ତି ଭାସ୍କର l
ଘୁରିଘୁରି ଚାହିଁଥାଏ ଦେବ ଦିବାକର ll
ମଞ୍ଜିରେ ଏହାର ଭରିରହିଅଛି ତେଲ l
ଚଷା ଚାଷକରି ପାଏ ଦିପଇସା ଭଲ ll
ସବୁଦିନ ଫୁଟିଥାଏ ଶୀତଦିନେ ବେଶି l
ସୁବର୍ଣ୍ଣ କ୍ଷେତ ତାହାର ଭରିଦିଏ ଖୁସି ll
ପ୍ରତ୍ୟ ହୁଅଇ ସତ କି ଲକ୍ଷ୍ମୀଙ୍କ ନିବାସ l
ଉଜ୍ଜ୍ବଳ ମୁଖ, ତାହର ସଦା ହସ ହସ ll
ନାମଟିତା ସୂର୍ଯ୍ୟମୁଖି ସଦା ସୂର୍ଯ୍ୟମୁଖା l
ଜଗତକୁ ଦେଉଥାଏ ଏକ ମହା ଶିକ୍ଷା ll
ଜଗତର ସବୁ ପ୍ରାଣୀ ପଶୁ,ପକ୍ଷୀ, ନର l
ପ୍ରଭାମୁଖୀ ହୁଅ, ସଦା ହୁଅ ପ୍ରଭା ଧର ll
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
