ଜୟ ମହାବୀର ହନୁମାନ
ଜୟ ମହାବୀର ହନୁମାନ
ଜୟ ମହାବୀର ହନୁମାନ
==============
ଜୟ ହନୁମାନ ଅଞ୍ଜନା ନନ୍ଦନ
ଜୟ ହେ ଜୟ ମାରୁତି ।
ଶୁଭ ପ୍ରଭାତରେ ହେ ଜଗବନ୍ଦନ
କରୁଛି ତୁମ୍ଭ ଆରତୀ ।।
ଆହେ ରାମ ଦୂତ ବିଘ୍ନ ବିନାଶକ
ତୁମ୍ଭେ ସଙ୍କଟ ମୋଚନ।
ତୁମ ପାଶେ ଅଛି ମହାଭୟ ହର
ରାମ ନାମ ରସାୟନ ।।
ତୁମ ନାମ ପ୍ରଭୁ ସର୍ଵ ଦୁଃଖ ହର
ପୀଡ଼ାମାନେ ଥାନ୍ତି ଦୂର ।
ଭୂତ ପ୍ରେତମାନେ ଦୂରେ ରହିଥାନ୍ତି
ଆହେ ପବନ କୁମର ।।
ରାମନାମ ଧରି ଅକ୍ଲେଶେ ଲଂଘିଲ
ଅଲଂଘ୍ୟ ଭୀଷଣ ସିନ୍ଧୁ।
ବୈଶ୍ୱାନର ସାକ୍ଷୀ ସୁଗ୍ରୀବଙ୍କୁ କଲ
ଶ୍ରୀରାମଙ୍କ ସାଥେ ବନ୍ଧୁ।।
ଧନ୍ୟ ତୁମ୍ଭ ପିତା ଧନ୍ୟ ତୁମ୍ଭ ମାତା
ଧନ୍ୟ ହେ ତୁମ୍ଭେ ମାରୁତି।
ରାକ୍ଷସ ପୁରୀରେ ପ୍ରବେଶିଲ ଯାଇ
ତିଳେହେଁ ନକରି ଭୀତି।।
ସ୍ୱର୍ଣ୍ଣ ଲଙ୍କାପୁରୀ ଧ୍ଵଂସ କଲ ତୁମେ
ଲଗାଇଲ ହୁତାଶନ।
ଛାର ଦୈତ୍ୟକୁଳ କିକରି ପାରିବେ
ଡରଇ କାଳ ଶମନ ।।
ଆହେ ଅଷ୍ଟ ସିଦ୍ଧି ନବ ନିଧି ଦାତା
ତୁମେ ସର୍ଵସିଦ୍ଧି ଦାତା।
ଅଦ୍ଭୁତ ତୁମ୍ଭର କର୍ମ ସବୁ ଯେତେ
କହିଲେ ଜାନକୀ ମାତା।।
ଆହେ ଚିରଞ୍ଜିବୀ ସଞ୍ଜିବନୀ ଆଣି
ଲକ୍ଷ୍ମଣଙ୍କୁ ଜିଆଇଲ ।
ଲଙ୍କାରେ ଅସୁରେ ପର୍ବତ ଆକାର
ସବୁ ଗୋଡ଼ାଇ ମାରିଲ ।।
ଚାରି ଯୁଗେ ତୁମ୍ଭେ ଅଜର ଅମର
କହିଲେ ସନ୍ଥ ତୁଳସୀ ।
ରାମକଥା ତୁମ୍ଭେ କହିଦେଲ ତାଙ୍କୁ
ଲେଖିଲେ ମାନସ ବସି ।।
ଭାରତ ଯୁଦ୍ଧରେ ପାର୍ଥଙ୍କ ରଥରେ
ବସି ଥିଲ ମହାକପି ।
ଆହେ କପିବର ଦିନ ବିତୁ ମୋର
ତୁମ୍ଭ ନାମ ଜପି ଜପି ll
🙏🙏🙏
ଅର୍ଜୁନୀ
--------------
ଅର୍ଜୁନୀ ଚରଣ ବେହେରା
ମୋ - ୭୭୯୩୦୯୧୯୭୧
