ସୁନ୍ଦର ଫୁଲ ରଙ୍ଗଣୀ
ସୁନ୍ଦର ଫୁଲ ରଙ୍ଗଣୀ
ସୁନ୍ଦର ଫୁଲ ରଙ୍ଗଣୀ
=============
ଶୁଣ ଶୁଣ ଶୁଣ ଫୁଲ ରଙ୍ଗଣୀ ।
ଫୁଟିବୁନିକି ତୁ ସଞ୍ଜ ହେଲାଣି ।।
ଥୁରୁ ଥୁରୁ ଥୁରୁ କାଲୁଆ ଶୀତ ।
ହଲି ହଲି ଗାଆ ମଧୁ ସଙ୍ଗୀତ ।।
ଘରକୁ ଗଲେଣି ମଧୁପ ଗଣ ।
ନକରିବେ ଆଉ ମଧୁ ହରଣ ।।
ସୁନ୍ଦର ଫୁଲ ତୋ ପତର ନେଳି ।
ରଙ୍ଗରଙ୍ଗା ଫୁଟୁ ରଙ୍ଗ ରଙ୍ଗେଲି ।।
ନାଲିଆ ହଳଦୀ ପୁଣି ଗୋଲାପି ।
ଲାଗୁ ତୁହି ମୋତେ ଯଥା ତୁଲିପି ।।
ଯାଇ ଥିଲି ବୁଲି ମୁହିଁ କାଶ୍ମୀରି ।
ଦେଖିଲି ତୁଲିପ ଭାରି ସୁନ୍ଦରୀ ।।
ସୁନ୍ଦର ପଣରେ ରଙ୍ଗଣୀ ତୁହି ।
ତୁଲିପ ତୋ ତୁଲ ତୁଳନା କାହିଁ ।।
ସୁନ୍ଦର ତନୁ ତୋ ଭାରି ସୁନ୍ଦର ।
ଦେବେ କରିଥାନ୍ତି ଭାରି ଆଦର ।।
ତୋତେ ଲୋଡ଼ିଥାନ୍ତି ଖୁଦୁରୁକୁଣୀ ।
ପଲ୍ଲୀ ବାଳାଙ୍କର ମଣ୍ଡୁ ତୁ ବେଣୀ ।।
ଜହ୍ନି ଫୁଲ ଓଷା କରନ୍ତି ବାଳୀ ।
ରଙ୍ଗଣୀ ଫୁଲରେ ବାଢ଼ି ଅଞ୍ଜଳୀ ।।
ସୁନ୍ଦର ତୁହି ଲୋ ଭାରି ସୁନ୍ଦର ।
ଗୁନ୍ଥି ଦେବି ନେଇ ଗଜରା ହାର ।।
ଧଳାଫୁଲ ସଙ୍ଗେ ତତେ ମିଶାଇ ।
ଭିତରେ ସୁନ୍ଦର ଦିଶିବୁ ତୁହି ।।
ଝଅଟ ଝଅଟ ଝଅଟ ଫୁଟ ।
ଶୀତ ପରେ ଆସୁଅଛି ବସନ୍ତ ।।
ବାସନ୍ତୀଙ୍କୁ ନେଇ ଅର୍ପିବି ମୁହିଁ।
ବୀଣାପାଣି ଦେବେ ବୀଣା ବଜାଇ ।।
ଫୁଟି ଏକ ଦିନେ ପଡୁ ମଉଳି ।
ରଙ୍ଗିଆ ଫୁଲ ତୁ ଛଇ ଛାବେଲି ।।
ରଙ୍ଗଣୀ ଫୁଟିଲା ଜାତି ଜାତିକି ।
କଥା ତାର ଥାଉ ଆଜି ଏତିକି ।।
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ -7693091971
