STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ସୁନ୍ଦର ପୁଷ୍ପ କଇଁ

ସୁନ୍ଦର ପୁଷ୍ପ କଇଁ

1 min
2

          ସୁନ୍ଦର ପୁଷ୍ପ କଇଁ
       ============
ସରୋବରେ ଫୁଟିଛି ଅତି ସୁନ୍ଦର ।
ସୁନ୍ଦର ପୁଷ୍ପ କଇଁ ନାମ ତାହାର ।।
ଅନ୍ୟ ନାମଟି ତାର ଅଟେ ଉତ୍ପଳ ।
ଫୁଟଇ ଅନ୍ତହେଲେ ବରଷାକାଳ ।।
ଆଉ ନାମଟି ତାର, ଅଟେ କୁମୁଦ ।
କୁମୁଦ ବନ୍ଧୁ ଭାଇ ବୋଲାନ୍ତି ଚନ୍ଦ୍ର ll
ଧବଳ, ନାଲି, ନୀଳ କିସମ ଅଟେ ।
ନୀଳ କୁମୁଦ କିନ୍ତୁ ଦିନରେ ଫୁଟେ।।
ଧବଳ, ନାଲି ଫୁଟେ ଚନ୍ଦ୍ରଙ୍କୁ ଚାହିଁ ।
ଦିନାନ୍ତେ ରାତି ଯହୁଁ ଆସଇ ନଇଁ ।।
ନିର୍ମଳ ଜ୍ୟୋତ୍ସ୍ନା ଋତୁ ଶରତ କାଳ । ନିର୍ମଳଜଳେ ଫୁଟେ କୁମୁଦ ମାଳ ।।
ଅତି ଶ୍ରଦ୍ଧାରେ କଇଁ ଫୁଲକୁ ତୋଳି ।
ଜହ୍ନି ଘର ତୋଳନ୍ତି ପଲ୍ଲୀର ବାଳି ।।
କୁଆଁର ପୁନେଇଁରେ ଚାନ୍ଦ ଚକଟା ।
ଜହ୍ନି ଘରେ ପୂଜନ୍ତି ଚଦ୍ର ଦେବତା ।।
ନିର୍ମଳ ଚାନ୍ଦେ ଚାହିଁ କଇଁ ଫୁଲିଆ ।
ବର ମନାସି ଥାନ୍ତି, ଚଂନ୍ଦ୍ର ଉଦିଆ ll
ନ ଚୁମେ ଅଳି ରାତ୍ରୀକୁସୁମ ଯେଣୁ । ସତୀକୁସୁମ ବୋଲି ପ୍ରସିଦ୍ଧ ତେଣୁ ।।
ଚନ୍ଦ୍ର କଇଁଙ୍କ ମଧ୍ୟେ କେତେ ଦୂରତା ।
ଅଭେଦ ଅଟେ ତାଙ୍କ ପିରତି କଥା ।।
ପ୍ରୀତିର ବାର୍ତ୍ତା, ଅଟେ ଏମନ୍ତ ଭାଇ ।
ପ୍ରିତିରେ ଆତଜାତ ହେଉଛି ମହୀ ।। ଜଳଦମାଳ ନୀଳ ଗଗନେ ଭାସେ । ନିର୍ମଳଜଳେ କଇଁ ଶରତେ ହସେ ।।
କଇଁ ଫୁଲରେ ହୁଏ ଦେବଙ୍କ ପୂଜା ।
ଶଙ୍କର ବିଷ୍ଣୁ ଲକ୍ଷ୍ମୀ ତଥା ଗିରିଜା ।।
ସରସୀ ଜଳେ ଢଳି ଖେଳୁଛି କଇଁ ।
କଇଁର କଥା କେତେ କହିବି ମୁହିଁ ।।
ଜଳରେ ହଲି କଇଁ ବାରତା ହେଜ ।
ସନ୍ତୋଷ ଚିତ୍ତେ ସଦା ହରିଙ୍କୁ ଭଜ।।
            🙏🙏🙏
               ଅର୍ଜୁନୀ
            --------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya poem from Inspirational