STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ନଗାଧିରାଜ ହିମାଳୟ

ନଗାଧିରାଜ ହିମାଳୟ

1 min
4

         ନଗାଧିରାଜ ହିମାଳୟ
         ============
ଭାରତ ଉତ୍ତର ଦିଗେ ସୁଉଚ୍ଚ ପର୍ବତ । ହିମାଳୟ ନାମ ତାର ଭୂବନ ବିଦିତ ।।
କବି କାଳିଦାସ ପୁଣି ରଘୁବଂଶେ କହି। ପୃଥିବୀର ମାନ ଦଣ୍ଡ ଅଟଇ ଏ ଭାଇ।। ହିମର ଆଳୟ ଯେଣୁ ନାମ ହିମାଳୟ। ହିମାଳୟେ ସ୍ଥିତଅଛି ବହୁ ଦେବାଳୟ।। କେଦାରନାଥଙ୍କ ଧାମ ବଦ୍ରୀନାଥ ଧାମ । ଗଙ୍ଗା ଯମୁନା ଉଦ୍ଗମସ୍ଥଳ ଚାରି ନାମ ।।
ବହି ଆସି ଛନ୍ତି, ବହୁ ସୁନାବ୍ୟା ସରିତ । ଗଙ୍ଗା ସିନ୍ଧୁ ଯମୁନା ଗଣ୍ଡୁକୀ ବ୍ରହ୍ମପୁତ୍ର ।। ହିମବନ୍ତଙ୍କର ପତ୍ନୀ, ମେରୁଙ୍କର ପୂତ୍ରୀ । ମେନାଙ୍କ ଗର୍ଭରୁ ଜନ୍ମ ଶଙ୍କରଯୁବତୀ ।। ଗଉରୀଙ୍କୁ ବରି କଲେ ସଦାଶିବ ଘର । ହିମାଳୟରେ ପ୍ରସିଦ୍ଧ କଇଳାଶ ପୁର ।। ଏଭରେଷ୍ଟ ନନ୍ଦା ଆଦି ଉଚ୍ଚ ଗିରିଶୃଙ୍ଗ । ଭଙ୍ଗିଳ ପର୍ବତେ ପୁଣି ପଡ଼ିଅଛି ଭାଙ୍ଗ।। ସରଏକ ଶିରେ ପୁଣି ମାନସରୋବର । ସୁନ୍ଦରେ ସୁନ୍ଦର ପୁଣି ଅତୀବ ସୁନ୍ଦର ।। ଚିରହରିତ ଅରଣ୍ୟ ଅଙ୍ଗ ଶୋଭୁଥାଏ ।
ଶୁଭ୍ର ହିମାବୃତଶୃଙ୍ଗ ଦୁରୁ ଶୋଭାପାଏ।। ଉତ୍ତର ଦିଶେ ଭାରତ ସୁଦୃଢ଼ ପ୍ରାଚୀର । ଇତିହାସରେ ପ୍ରସିଦ୍ଧ ପଥ, ଖାଇବର ।।
ଯକ୍ଷ ସରକୁ ଶୁଣିଛି ଭୀମ ଯାଇଥିଲେ । ସାକ୍ଷାତ ତହିଁ ସରକୁ ହନୁ ଜଗିଥିଲେ ।। ହିମାଳୟ ପଥେ ସ୍ବର୍ଗ ଗଲେ ଯୁଧିଷ୍ଠିର । ସାକ୍ଷାତ ତାଙ୍କର ଧର୍ମରୂପରେ କୁକୁର ।।
ଶିର ମଣ୍ଡିଛନ୍ତି, ମହାଦେବୀ ବଇଷ୍ନବୀ ।
ବର୍ଣ୍ଣି କି ପାରିବି ଆଉ ହିମାଳୟ ଛବି ।। ଛବିଳ ଭାରତ ବର୍ଷେ ତୁ ସିନା ଛବିଳ । ହିମାଳୟ ହିମ ଜଳ, ଅତୀବ ନିର୍ମଳ ।। କୋଳରେ ତପକରନ୍ତି ତାପସ ମହାତ୍ମା। ହିମାଳୟ ତୁହି ଅଟୁ ଭାରତର ଆତ୍ମା ।।
             🙏🙏🙏
                 ଅର୍ଜୁନୀ
              -------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971


Rate this content
Log in

Similar oriya poem from Inspirational