ଦୟାମୟୀ ମାଆ ମହାଲକ୍ଷ୍ମୀ
ଦୟାମୟୀ ମାଆ ମହାଲକ୍ଷ୍ମୀ
ଦୟାମୟୀ ମାଆ ମହାଲକ୍ଷ୍ମୀ
==============
ମାଆ ଲୋ କରୁଣାମୟୀ
ଆଜ ଗୁରୁବାରେ ଆରାଧଇ ମାଆ
ଧୂପ ନଇବେଦ୍ୟ ଦେଇ ।(ଘୋଷା)
ନଜାଣେ ପ୍ରାର୍ଥନା ପୁଜା ଆରାଧନା
ତନ୍ତ୍ର ମନ୍ତ୍ର ଜଣା ନାହିଁ ।
ଦୟା ରଖିଥିବୁ ଦୟାସାଗରୀ ମା'
ତୋ ପଦେ ନମଇଁ ମୁହିଁ ।।
ବିଷ୍ଣୁ ମନୋରମା ସିନ୍ଧୁ ରାଜଜେମା
ତୁହି ମାଆ ମହାମାୟୀ ।
ବିଶ୍ବ ପଡ଼ିଦାତ୍ରୀ କଇଲ୍ୟାଣଗାତ୍ରୀ
ତ୍ରିପୁରେ ବନ୍ଦିତା ତୁହି ।।
ବୈକୁଣ୍ଠବାସିନୀ ତୁହି ମା କଲ୍ୟାଣୀ
ତୁହି ମା ଐଶ୍ୱର୍ଯ୍ୟଦାୟୀ ।
ତୋର ଦୟା ଥିଲେ ଦୁଃଖ ଦୈନ୍ୟ
ସବୁ ଅଚିରେ ଦୂର ପଳାଇ ।।
ବାଉନଭଣ୍ଡାର ରାଣୀ ତୁ ବୋଲାଉ
ଜୀବ ତୋତେ ଭଜୁଥାଇ ।
ପ୍ରତିପାଳୁ ନିତି ଜୀବ କୋଟି କୋଟି
ଘଟେ ଘଟେ ବସି ତୁହି ।।
ଜୟ ହରିପ୍ରିୟା, ଦୟାମୟୀ ମାଆ
ତୋ ପୂଜା ଦେବୁ ବତାଇ ।
କି ଦେଇ ପୂଜିବି ଐଶ୍ଵର୍ଯ୍ୟମୟୀଙ୍କୁ
ଧନ ଜ୍ଞାନ ହୀନ ମୁହିଁ।।
ଜୟ ଜୟ ମାଆ ପଦ୍ମା, ପଦ୍ମାଳୟା
ଜୟ କ୍ଷିରାବ୍ଧୀ ତନୟୀ ।
ଜୟ ପଦ୍ମାସନୀ, ଜଗତ ଜନନୀ
ଭକ୍ତିରେ ପଦେ ନମଇଁ ।।
🙏🙏🙏
ଅର୍ଜୁନୀ
--------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧
