ପ୍ରଭାତୀ ବାଣୀ ବନ୍ଦନା
ପ୍ରଭାତୀ ବାଣୀ ବନ୍ଦନା
ପ୍ରଭାତୀ ବାଣୀ ବନ୍ଦନା
===========
ଜୟ ମା' ମରାଳ ବାହନୀ ।
ଜୟ ମା' ବିଦ୍ୟା ପ୍ରଦାୟିନୀ ।।
ବୀଣା ପୁସ୍ତକ ତୋର ହସ୍ତେ ।
ବାଗ୍ଦେବୀ ନମସ୍ତେ ନମସ୍ତେ ।।
ଜୟ ମା' ବିଦ୍ୟା ଅଧିଷ୍ଠାତ୍ରୀ ।
ପୁଜନ୍ତି ତୋତେ ବିଦ୍ୟା ଅର୍ଥୀ ।।
ଜୟ ମା' ଶାରଦା ବରଦା ।
ଜୟ ମା' ବାଣୀ ବ୍ରହ୍ମବିଦ୍ୟା ।।
ଜୟ ମା' ବୈକୁଣ୍ଠ ବାସିନୀ ।
ତ୍ରିପୁର ବନ୍ଦ୍ୟା ଠାକୁରାଣୀ ।।
କଣ୍ଠେ ଶୋଭଇ ମୁକ୍ତା ହାର ।
ଜୟ ମା' ବିଦ୍ୟାର ଭଣ୍ଡାର ।।
ନୁପୁର ରୁଣୁ ଝୁଣୁ ବାଜେ ।
ରତ୍ନ କୁଣ୍ଡଳ କର୍ଣ୍ଣେ ସାଜେ ।।
ଜୟ ମା' କମଳ ଲୋଚନୀ ।
ତୁଷାର ବର୍ଣ୍ଣା ପଦ୍ମାସନୀ ।।
ଜୟ ମା' ବିଷ୍ଣୁଙ୍କ ଘରଣୀ ।
ନିତ୍ୟ ଶୁଣାଉ ବେଦବାଣୀ ।।
ବେଦ ବନ୍ଦିତା ସରସ୍ଵତୀ ।
ନମସ୍ତେ ନମସ୍ତେ ଭାରତୀ ।।
ଜୟ ମା ଜୟ ଭଗବତୀ ।
ବେଦ କରନ୍ତି ତୋତେ ସ୍ତୁତି ।।
ଜୟ ଅଖିଳ ଖିଳରାଣୀ ।
ପ୍ରାଣୀଙ୍କ ମୁଖେ ଦେଉ ବାଣୀ ।।
ପୂଜିଲେ ତୋତେ ଭକ୍ତିଭରେ ।
ବିଦ୍ୟା ମା' ଦେଉ ଅକାତରେ ।।
ମୂକକୁ କରାଉ ବାଚାଳ ।
ମୁଁ ମାତା ବିଦ୍ୟାର କାଙ୍ଗାଳ ।।
ଆଜନ୍ମୁ ମୂର୍ଖ ମୋତେ ଜାଣି ।
ଦୟା ରଖିବୁ ବୀଣାପାଣି ।।
ତୋ ବୀଣା ମଧୁର ଝଙ୍କାର ।
ଝଙ୍କୃତ ହେଉ ହୃଦେ ମୋର ।।
ନମସ୍ତେ ଦୟାମୟୀ ମାତେ ।
ତୋ ପଦେ ନମଇଁ ପ୍ରଭାତେ ।।
🙏🙏🙏
ଅର୍ଜୁନୀ
------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
