ଲକ୍ଷ୍ମଣ ନାୟକ ଅମର ରହେ
ଲକ୍ଷ୍ମଣ ନାୟକ ଅମର ରହେ
ଲକ୍ଷ୍ମଣ ନାୟକ ଅମର ରହେ
=============
ଲକ୍ଷ୍ମଣ ଭାଇରେ ଲକ୍ଷ୍ମଣ ଭାଇ।
ତୋପରି ବିପ୍ଳବୀ ଅଛିକି କାହିଁ।।
ପାହାଡ ମୂଲକ କୋହ୍ଲ କିରାତ ।
ବିଦ୍ରୋହ ରଚିଲୁ କରି ଏକତ୍ର।।
ଅନ୍ୟାୟ ଶାସନ ବ୍ରିଟିଶ ରାଜ।
ଅତି ଭାଇ ହେଲା ଅତି ଅସଯ୍ୟ।।
କାତି ଆଗେ ଦେଲୁ ପତାଇ ଛାତି।
ବୋମା ବନ୍ଧୁକକୁ ନକରି ଭୀତି।।
ତୁହି ଆମ କୋରାପୁଟର ଗାନ୍ଧି।
ବ୍ରିଟିଶ ଫଉଜ ପାରେକି ବାନ୍ଧି।।
ମିଛ ଅପରାଧେ ପକାଇ ତୋଡ଼।
ବାନ୍ଧିଦେଲେ ତୋହର ହାତଗୋଡ଼।।
ଅପରାଧ ଭାଇ ପାଇବୁ ଫାଶୀ ।
ମୁଣ୍ଡ ଦେଖାଇଲୁ ତୁ ହସି ହସି।।
ବ୍ରହ୍ମପୁର ଜେଲ ହୁଏ ଝଙ୍କୃତ ।
ତ୍ରିରଙ୍ଗା କି ଜୟ ଜୟ ଭାରତ।।
କାଳ କାଳ ପାଇଁ ରହିଲା କଥା।
ଦେଶ ପାଇଁ କାଟି ନିଜର ମଥା ।।
ନୁହଁ ଟି କେହିରେ ନୁହଁଟି କେହି।
ସିଏ ଆମ ପ୍ରୀୟ ଲକ୍ଷ୍ମଣ ଭାଇ ।।
ଲକ୍ଷ୍ମଣ ଭାଇ ମୋ ଅମର ରହେ।
ଏହି ଜୟଗୀତି ଜନତା ଗାଏ ।।
ଏହି ଜୟଗୀତି ଜନତା ଗାଏ ।।
🙏🙏🙏
ଅର୍ଜୁନୀ
---------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
