ଗୁରୁ ତେଗ ବାହାଦୁର
ଗୁରୁ ତେଗ ବାହାଦୁର
ଗୁରୁ ତେଗ ବାହାଦୁର
============
ଧନ୍ୟଗୁରୁ ଧନ୍ୟ ଧନ୍ୟ ତୁମେ ଗୁରୁ।
ନବମେ ଶିଖଙ୍କ ତେଗ ବାହାଦୁରୁ।।
ଦେଶ ଦଶ ପାଇଁ ଲଢ଼େଇ ତୁମ୍ଭର ।
ଦୂରକଲ କେତେ ଧର୍ମ କୁସଂସ୍କାର।।
ପୁଣ୍ୟମୟ ସେହି ଶାସ୍ତ୍ର ଗୁରୁଗ୍ରନ୍ଥେ।
ଲିପିବଦ୍ଧ ତୁମ୍ଭ ସୂକ୍ତ ଛତ୍ରେ ଛତ୍ରେ।।
ଧନ୍ୟଧନ୍ୟ ଧନ୍ୟ ମହା ସନାତନୀ।
ଧ୍ରୁବସତ୍ୟ ତବ ସତ୍ୟ ସୁଧାବାଣୀ।।
ତେଜଭରା ତବ ନିର୍ଘୋଷ ନିର୍ଭୀକ।
ସହି ନ ପାରିଲେ ଯବନ ଶାସକ।।
ଧୀକ୍ ଧୀକ୍ ସେହି, କ୍ରୁର ଓଉରଙ୍ଗ।
କାଟି ପକାଇଲା ଶିର ଯା ଉତ୍ତୁଙ୍ଗ।।
ତବ ବଳିଦାନ କେବା କଳିପାରେ ।
ଇତିହାସେ ଅଛି ସୁବର୍ଣ୍ଣ ଅକ୍ଷରେ ।।
ଦେଶ, ଜାତି ପାଇଁ ସମର୍ପିତ ପ୍ରାଣ।
ତୁମେ ତ ଜାତିର ପୁରୁଷ ପୁରାଣ।।
ଦେଶପ୍ରେମ ତବ ନାହିଁ ତ ଉପମା।
ଉଦାରତା ତବ ସତ ଶାନ୍ତି କ୍ଷମା।।
ଦିଶା ଦର୍ଶାଇଲ ଭ୍ରଷ୍ଠ ଯୁବ ଗଣେ।
ବୀରପରି ବଞ୍ଚ ଶୁଣ ବୀରଗଣେ।।
ମାତୃଭୂମି ପାଇଁ ବୀରପଣେ ଲଢ଼ ।
ମାତୃଭୂମିଠାରୁ ନାହିଁ କେହି ବଡ଼।।
ମାତୃଭୂମି ପାଇଁ କଟୁ ପଛେ ମୁଣ୍ଡ ।
ମାତୃଭୂମି ସେବା ବ୍ରତ ଏ ପ୍ରଚଣ୍ଡ।।
ଧନ୍ୟ ଧନ୍ୟ ଗୁରୁ ଧନ୍ୟ ମହାସନ୍ଥ।
ଧନ୍ୟ ବାଣୀ ତବ କଲ ଚମତ୍କୃତ।।
ତୁମେ ପରା ଜାତି ମହା ଛତ୍ରଧର ।
ପ୍ରଣାମ ଘେନହେ ପ୍ରିୟ ଗୁରୁବର।।
🙏🙏🙏
ଅର୍ଜୁନୀ
---------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
