STORYMIRROR

Satyabati Swain

Inspirational

3  

Satyabati Swain

Inspirational

ମୋ ଗାଁ

ମୋ ଗାଁ

1 min
211

ସକାଳେ ଆଉ ମୋ ଗାଁ ରେ ନେଉନି ଚାଷୀ ହଳ

ନୂଆ ବୋଉ ଦାଣ୍ଡ ଖରକି ଦେଉନି ଗୋବର ଜଳ

ଶେଯରୁ ଉଠାଇ ଚାଳ ଉପରେ କୁଆ କରୁନି କା

ଚୁଲି ଉପରେ ମା ବସାଉ ନାହିଁ ହାଣ୍ଡିଏ ନାଲି ଚା ।


କବାଡି, ବାଗୁଡି ଲୁଣି ପେଟି ଜମୁନି ଆଉ ଖେଳ

ରଜ କୁମାର ପୁନିଅଁରେ ହେଉନି ସାଥୀ ମେଳ

ପୂଜା ପାର୍ବଣେ ଖୁସି ବାସି ଆସୁନି କାହା ମନେ

ସ୍ୱାର୍ଥପର ହୋଇଗଲେଣି ଗାଆର ସବୁ ଜନେ।


କର୍ମ ବିମୁଖ ଗାଁ ର ଯୁବକ ଅଳସୁଆ ହୋଇଛି

ଛକରେ ଗଞ୍ଜେଇ ମଦ ପାଲି ରାଜୁତି କରୁଛି

ଭତ୍ତା ଯୋଜନା ହାତ ଟେକାକୁ ଅନେଇଁ ବସି

ସ୍ୱାଭିମାନୀ ଉଦ୍ ଯୋଗୀ ମଣିଷ ଯାଏ ଭାସି।


ନଈ କୂଳ ଧୀର ପବନ ଗୁରୁଡ଼ି ଆମ୍ବ ଆଃ କି ମିଠା

ଗହଣ ମେଳଣ ରଜ ଦୋଳି ସ୍ୱାଦିଷ୍ଟ ପୋଡ଼ ପିଠା

ଯୌଥ ପରିବାର ବାସି ପଖାଳ ସହଭାଗିତା ନାହିଁ

ଚୋରେଇ ନେଇଛି ମୋ ଗାଁ ଖୁସି ଜୀବନ କେହି।


ନାହିଁ ସେ ଦିନ ତଥାପି ଚିହ୍ନ ଅଛି ଏଇ ମୋ ମନେ

ଗାଁ ଟି ମୋର ମର୍ତ୍ତ୍ୟ ବୈକୁଣ୍ଠ କିଏ ଭୁଲିବ ଜୀବନେ

ଗାଁ ମାଆ ଲୋ ତୁ ମୋ ପାଇଁ କୋଟି ପୁଣ୍ୟର ଫଳ

ଜନନୀ ମୋର ମୋ ଗାଁ ତୁ ମୋ ପାଇଁ ଗଙ୍ଗା ଜଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational