STORYMIRROR

Panchanan Jena

Inspirational

3  

Panchanan Jena

Inspirational

ପୂଜ୍ୟସ୍କାମ

ପୂଜ୍ୟସ୍କାମ

1 min
116


ଭାବନାରେ କାହିଁ ଶୂନ୍ୟତାରେ କାହିଁ

 କଳ୍ପଲୋକେ ବିଚରଣ

ତର୍କ-ବିତର୍କରେ ମନ-ମନ୍ଥନରେ

  ମସ୍ତିକରେ ଭୂସ୍କଳଣ ।


ସମସ୍ୟାର ଚେର ସମାଧାନ ତୀର

  ଚିନ୍ତିଲେ ତିନ୍ତିଲେ କେବେ

ସତ୍ୟର ସନ୍ଧାନ ଝାଳ ସମ୍ବରଣ

କରିବାକୁ ବାଧ୍ୟ ତେବେ ।


ମନ ପାଠାଗାରେ ଜ୍ଞାନଦୀପ ଧାରେ

  ଶବ୍ଦକୋଷର ମଡ଼କ

ନୂତନ ଶବ୍ଦରେ ପୁଣି ହେବ ପୂର୍ଣ୍ଣ

  ପାଣ୍ଡିତ୍ୟ ମଗନେ ବକ ।


ବାକ୍ୟ ଭୂଷଣରେ ଶାନ୍ତି ତୃପ୍ତି କାହିଁ

  ମନ ମନ୍ଦିରେ ତାଲା

ଆତ୍ମ ମନ୍ଥନରେ ଆତ୍ମ ଚୈତନ୍ୟରେ

   ଖୋଲିବ ପ୍ରେରଣା ଝୁଲା ।


ଆରେ ବାଇମନ ଭଜ ଭଗବାନ

   ତୁଣ୍ଡେ ଧର ରାମ ନାମ

ରାମନବମୀରେ ଶ୍ରଦ୍ଧା ସହକାରେ

  ଦୀନଦୁଃଖୀ ପୂଜ୍ୟସ୍କାମ ।


ତାଙ୍କ ଶ୍ରୀପୟରେ ସମର୍ପ ସବୁରେ

  ବଚସା କର୍ମଣୀ ଏକ

କର୍ମ ଦ୍ରବଣରେ ଧର୍ମ କୀର୍ତ୍ତନରେ

  ବିତୁ ଧରଣୀରେ ସଉକ ।


ଚିନ୍ତାର ତିଳକ ସମସ୍ୟା ବାହକ

   ଆତ୍ମା ପରମାତ୍ମା ସେହି

ସାଷ୍ଟାଙ୍ଗ ଶରଣ ଅଷ୍ଟାଙ୍ଗ ପାରାୟଣ

   ତାରଣ କାରଣ ସ୍ୟାହି ।


ଧ୍ୟାନମୁଦ୍ରା ସେହି ଭକ୍ତିମୁଦ୍ରା ସେହି

   ଜ୍ଞାନଗଙ୍ଗାର ଆରତୀ

ମନ ମତି ସଦା ସଦଗତି ସଂପଦା

   ମହକ ମହାନ ବିଭୁତି ।



Rate this content
Log in

Similar oriya poem from Inspirational