STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ପଲ୍ଲୀର ସନ୍ଧ୍ୟା

ପଲ୍ଲୀର ସନ୍ଧ୍ୟା

1 min
117

ସନ୍ଧ୍ୟା ଯହିଁ ମହକେ 

ଫୁଟନ୍ତା ମଲ୍ଲୀର ସୁଗନ୍ଧରେ

ଚିତ୍ରିତ ହୁଏ ରଙ୍ଗ ବେରଙ୍ଗ

ରଙ୍ଗଣୀ ଫୁଲରେ

ଝଲସି ଉଠେ ଶତଦଳ

ନୀଳକଇଁର ଆଭାରେ

ଶୋଭିତ ହୁଏ ବିବିଧ 

ପୁଷ୍ପରାଜିର ସମ୍ଭାରରେ 

ରସସିକ୍ତ ହୁଏ ଘରବାହୁଡ଼ା ପକ୍ଷୀଙ୍କର 

କିଚିରିମିଚିରି ଶବ୍ଦରେ 

ରଞ୍ଜିତ ହୁଏ ଗୋଧୂଳିରେ 

ସୂର୍ଯ୍ୟନାରାୟଣଙ୍କ ରକ୍ତିମ କିରଣରେ 

କମ୍ପିତ ହୁଏ ଘଣ୍ଟ ଘଣ୍ଟା 

ଶଙ୍ଖ ଦୁନ୍ଦୁଭିନାଦରେ

ଆଲୋକିତ ହୁଏ ବୃନ୍ଦାବତୀ ମୂଳରେ 

ନବବଧୂର ସଞ୍ଜ ସଳିତାରେ

ସରସିତ ହୁଏ ଶ୍ରୀମଦଭାଗବତର 

ଗୁରୁ ଗମ୍ଭୀର ଝଙ୍କାରରେ

ମୁଖରିତ ହୁଏ ପାର୍ବଣର 

ଉତ୍ସାହ ଉଦ୍ଦୀପନାଭରା ପରିବେଶରେ 

ସଜ୍ଜିତ ହୁଏ ନିତି ନୂଆ ନୂଆ 

ଷଡଋତୁର ଶୁଭାଗମନରେ।

ସେଇ ଅଖ୍ୟାତ ପଲ୍ଲୀ ମୋହର 

ଅଟଇ ଯେ ଜନନୀ ଜନ୍ମଭୂମି

ଦେବଭୂମି କୋଟି ପୂଣ୍ୟ ତୀର୍ଥକ୍ଷେତ୍ର 

ରୂପ ତା'ର ସ୍ୱର୍ଗଠୁ ବି ସୁନ୍ଦର

ମହନୀୟ ସଂସ୍କୃତିର ଗନ୍ତାଘର 

ସଦା ଉଦଭାସିତ ହୁଏ କଳ୍ପ ତାହାର 

ମୋ ମନର ରୁଦ୍ଧ କାରାଗାରେ

ତାହାର ଦର୍ଶନ ଲଭିବାକୁ ମୁହିଁ 

ଅହରହ ଝୁରି ଝୁରି ମରେ 

ଚାତକ ପରାୟେ ସୁଦୂର ପ୍ରବାସରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational