STORYMIRROR

Suresh chandra Padhy

Fantasy

4  

Suresh chandra Padhy

Fantasy

ତୁମ ବାନା ଉଡ଼ୁ ଥାଉ

ତୁମ ବାନା ଉଡ଼ୁ ଥାଉ

1 min
14


ତୁମ ମନ୍ଦିରେ ଡୋରି ଲାଗି ଥାଉ

ତୁମ ଭକ୍ତ ସାଥେ ଭେଟ ହେଉ

ଭକ୍ତ ପାଇଁ ପ୍ରଭୁ ତୁମ ଅବତାର

ତୁମେ ହିଁ ଭକ୍ତର ଭକ୍ତ ଯେ ତୁମର

ଭକ୍ତ ଙ୍କ ପାଇଁ ତୁମ ଲୀଳା ହେଉ

ତୁମ ମନ୍ଦିରେ ଡୋରି .....


ଭକ୍ତ ସିନା ଜଣେ ତୁମରି ଭାବକୁ

ଟାଣି ନିଅ ମନ ତୁମ ନିକଟକୁ

ଭକ୍ତ ଯୁଗେ ଯୁଗେ ଖୋଜେ ତୁମକୁ

ଜନ୍ମ ନିଏ ତୁମ  ସେବା କରିବାକୁ


ଭକ୍ତ ତୁମ ରୂପ ଦେଖୁ ଥାଉ

ତୁମରି କରୁଣା ଝରୁ ଥାଉ

ତୁମ ମନ୍ଦିରେ ଡୋରି ..


ପୂଜା ଉପାସନା କିଛି ଜଣା ନାହିଁ

ପ୍ରେମ ଭକତିରେ ଯାଏ ବାନ୍ଧି ହୋଇ     

ଧନ ସମ୍ପତ୍ତି ମୋ କିଛି ପାଖେ ନାହିଁ

ହୃଦୟ କନ୍ଦରେ ବସାଇବି ନେଇ


ତୁମ ପାଖେ ଭକ୍ତ ଯାଉ ଥାଉ

ତୁମ ନାମ ଗାଇ ଦିନ ଯାଉ

ତୁମ ମନ୍ଦିରେ ଡୋରି....।।


Rate this content
Log in

Similar oriya poem from Fantasy