ଛୋଟ ପିଲା
ଛୋଟ ପିଲା
ପିଲାଟା ବହୁତ ଛୋଟ
ଅଥଚ ଏକଜିଦିଆ ଦୁଷ୍ଟ
ଜାଣତ ଅବା ଅଜାଣତରେ
ଦିନେ ସେ ଦେଲା ଭାଙ୍ଗି
ମୃଦୁ ପାନୀୟ ବୋତଲ
ନିଜ ଘର ଅଗଣାରେ
ଗୁରୁଜନ ପରିଜନ ଯେତେ
ଛାଡ଼ିଲେ ହେଣ୍ଟାଳ ବୋବାଳି
ଖାଇଲା କେତେ ମାଡ଼ ଗାଳି
ମୁହଁରେ ତାର ବୋଳା ହେଲା କାଳି
ବସିଲା ବିଚରା ମନକୁ ମାରି!!
ମନକୁ ମନ ସେ ପଚାରେ
ଯେଉଁ ବଡ଼ ବଡ଼ିଆ ଲୋକେ
ମୋ ଦେଶକୁ ଭାଙ୍ଗି ଦେଲେ
ସାମ୍ପ୍ରଦାୟିକ ଦଙ୍ଗା ଭିଆଇଲେ
ଅସଂଖ୍ୟ ଜୀବନହାନି କଲେ
ଜାତିକୁ କଡା ଗଣ୍ଡାରେ ବିକିଲେ
ମାନ ମହତ ଲୁଟି ନେଲେ
ମର୍ଯ୍ୟାଦାକୁ ଭୂଲୁଣ୍ଠିତ କଲେ
ଭାବାବେଗ ସହିତ ଖେଳିଲେ
କିଏ ଅବା ତାହାଙ୍କର
କଅଣ ବା ପାରିଲା କରି???
