STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ଛୋଟ ପିଲା

ଛୋଟ ପିଲା

1 min
147


ପିଲାଟା ବହୁତ ଛୋଟ

ଅଥଚ ଏକଜିଦିଆ ଦୁଷ୍ଟ

ଜାଣତ ଅବା ଅଜାଣତରେ

ଦିନେ ସେ ଦେଲା ଭାଙ୍ଗି

ମୃଦୁ ପାନୀୟ ବୋତଲ

ନିଜ ଘର ଅଗଣାରେ

ଗୁରୁଜନ ପରିଜନ ଯେତେ

ଛାଡ଼ିଲେ ହେଣ୍ଟାଳ ବୋବାଳି

ଖାଇଲା କେତେ ମାଡ଼ ଗାଳି

ମୁହଁରେ ତାର ବୋଳା ହେଲା କାଳି

ବସିଲା ବିଚରା ମନକୁ ମାରି!!

ମନକୁ ମନ ସେ ପଚାରେ

ଯେଉଁ ବଡ଼ ବଡ଼ିଆ ଲୋକେ 

ମୋ ଦେଶକୁ ଭାଙ୍ଗି ଦେଲେ

ସାମ୍ପ୍ରଦାୟିକ ଦଙ୍ଗା ଭିଆଇଲେ 

ଅସଂଖ୍ୟ ଜୀବନହାନି କଲେ 

ଜାତିକୁ କଡା ଗଣ୍ଡାରେ ବିକିଲେ

ମାନ ମହତ ଲୁଟି ନେଲେ

ମର୍ଯ୍ୟାଦାକୁ ଭୂଲୁଣ୍ଠିତ କଲେ 

ଭାବାବେଗ ସହିତ ଖେଳିଲେ

କିଏ ଅବା ତାହାଙ୍କର

କଅଣ ବା ପାରିଲା କରି???



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational