ମାଟି...ମା
ମାଟି...ମା
ମାଟି.........
ସର୍ବଂସହା ଏ ମାଟି
ମାଟିର ମଣିଷ
ମଣିଷ ର ମଆ
ବି ସର୍ବଂସହା
ମା ଆ ବି ଦୁନିଆ
ମାଟିବି ଦୁନିଆ
ମାଟିର ଏ ତାଜ
ମା ଆର ବି ରାଜ
ମାଟିର ଖେଳ
ମାଆ ର ରୋଳ
ଏ ସବୁ ତାର ଖେଳ...
କ୍ଷଣ ଭଂଗୁରତାର ଆବେଷ୍ଟନୀ ମେଳେ
ଅବସ୍ଥିତ ମାଟିର
ଚିର କଂକ୍ରିଟ ବେଦି
ଅକ୍ଷୟ-ଅବ୍ୟ ୟ
ପୁରାତନ ଅଭିନବର
ଏକ ସ୍ପଷ୍ଟ ସଂଯୋଗ ରେଖା
ଯୁଧ୍ୟର ଝନତ୍କାରେ
ହଲିଯାଏନି ମାଟିର ଲୋମ
ପରମାଣୁବୋମାର ଘୋର ଗର୍ଜନେ
ନୁହଃଇ ବିଚଳିତ ଏ ମାଟି
ସର୍ବଂସହା ମାଟି
ସ୍ଥିର ଅବିଚଳିତ
ପଥର ଜଡ..
ଅବିଚଳିତ ଦୁନିଆରେ
ଅବସ୍ଥିତ ମାତାଂକର
ସ୍ନେହ ମୟ ଏ ସବୁ ବି
ଅକ୍ଷୟ-ଅବ୍ୟ ୟ
ପୁରାତନ ରୁ ନୁତନ ପର୍ଯ୍ୟନ୍ତ
ଏକ ରେଖାରେ ସଂଯୋଗ
ହୁଏନି ସେ କେବେ ଅବିଚଳିତ
ଯୁଧ୍ୟର ବିଭିଷିକା ରେ
ସେ ନୁହେଁ ସୁପ୍ତ
ସନ୍ତାନ ମାନଂକ ପାଇଁ
ଗଢିଛି ଦୁନିଆ
ଏ ଦୁନିଆ ତାର
ତାର ଏ ଦୁନିଆର
ସେ ସ୍ଥିର ଓ ଅବିଚଳିତ
ବତ୍-ପଥର ଓ ଜଡ...
ତ ଥାପି ଧ୍ବଂସୁ ଆମେ
ଚିତ୍କାରି ଆମର ପୃଥ୍ବୀ
ଦେଖି ବାରେ ବାରେ
ଆମରି ନିବୃତ ଶର
ଆଉ ପୁଣି ଇତିହାସର
ସ୍ପଷ୍ଟ ଅଟ୍ଟହାସ୍ୟ।
ଆଜିର ଚେତନା ମେଳେ
ମୁଁ ଚିନ୍ତେ
ହେବାରେ ଏ ସମକକ୍ଷ
ଯେହେତୁ ଜନମିଛି
ତୋହରି ପବିତ୍ର କୋଳୁ
ମୋ ମାଆ
ବିଦାୟ ନିଏ ମୁଁ
ପ୍ରଣମି ତୋ ପାଦେ
ସର୍ବଂସହାର ମନ୍ତ୍ର ନେଇ
ଭିକ୍ଷାପାତ୍ରେ ତୋଳି ମୁଁ ମଣିଷ
ଘେନୁଅଛି ତୋହରି ଆଶିଷ
ହେବି ମୁଁ ଅସ୍ଥିର
ବାଦ ଦେଇ ଏଇତକ
ତୋ ମନ୍ତ୍ରପୋଥି ତଳୁ
ହେଉଛି ଉଦ୍ଭାସ ।