ମହାବିଦ୍ୟା ଦେବୀ ଧୂମାବତୀ
ମହାବିଦ୍ୟା ଦେବୀ ଧୂମାବତୀ
ଜୟ ମା ବୈଧବୀ ମାଆ ମହାଦେବୀ
ଧିମ୍ରବର୍ଣ୍ଣା ଧୂମାବତୀ l
ଧୂମ୍ରଲୋଚନକୁ ସଂହାର କଲୁ ଲୋ
ଧୂମ୍ରକୁଣ୍ଡେ ହେଲୁ ସତୀ ll
ଜୟ ମା ବିବର୍ଣ୍ଣା ମାଆଲୋ ଅପର୍ଣ୍ଣା
ଅନ୍ନପୂର୍ଣ୍ଣା ମାହେଶ୍ୱରୀ l
ଭବାନୀ ଗୋଉରୀ ଶଙ୍କରୀ ଇଶ୍ୱରୀ
ସଦାଶିବ ମନୋହାରୀ ll
ଜୟ ମା ଶୈଳଜା ଶିବାନୀ ଗିରିଜା
ମାଆ ଅତି ଦୟାବତୀ l
ଜୟ ଲୋଳସ୍ତନୀ ମା ଶୁଭ୍ର ବସନୀ
ଶୁଭ୍ରାନନୀ ମହାସତୀ ll
ସଂସାରବିର
ାଗୀ ମାଆ ଲୋ ସୁଭାଙ୍ଗୀ
ସଂସାର ତେଜିଲୁ ତୁହି l
ସଂସାର କଲ୍ୟାଣୀ ମାଆ ତୁ ଜନନୀ
ଜୟ ମା କଲ୍ୟାଣମୟୀ ll
ବିବର୍ଣ୍ଣ କୁନ୍ତଳୀ ମାଆ ଲୋ କଙ୍କାଳୀ
ହସ୍ତେ ତୋର ଜପାମାଳୀ l
ଅଳପେ କଳାପୀ ମାଆ ବିଶ୍ଵ ରୂପୀ
ବାସ ତୋ ଧୂମ୍ରକୁଣ୍ଡଳୀ ll
ହସ୍ତେ ଶୋଭା ତୋର ସୁବର୍ଣ୍ଣ କୁଲେଇ
ଜୟ ମା ମୋକ୍ଷଦାୟିନୀ l
ଜଗତ କଲ୍ୟାଣୀ, ବାୟସ ବାହାନୀ
ନମସ୍ତୁତେ ନାରାୟଣୀ ll