ନର ଓ ଧରା
ନର ଓ ଧରା
କଳିଯୁଗେ ଆଜି ଶୁଭେ ହା ହା କାର
ଏହି ପୃଥିବୀଟା ସାରା
କର୍ମଫଳ ଆଜି ପାଉଛି ମାନବ
ଥରି ଉଠିଲାଣି ଧରା
କେତେ ବା ସହିବ ସତେ
ଖନନ କରି ତା ବକ୍ଷରେ ନର,
ଆଘାତ ଦେଇଚି ଯେତେ !!
ଗଛ କାଟିଦେଇ ଗଢ଼ିଦେଲେ ଲୋକେ
କଳକାରଖାନା ମାନ,
ଘର ରାସ୍ତା ଘାଟ ପକ୍କା କରିବାକୁ
କଲେ ଗିରି ବିସ୍ଫୋରଣ l
ଚିନ୍ତାର ବିଷୟ ଏହି,
ଚନ୍ଦ୍ର ପୃଷ୍ଠେ ନର ପାଦ ରଖିଲାଣି
ପୃଥିବୀର ଚିନ୍ତା ନାହିଁ !!
ଛତ୍ର ପ୍ରାୟ ଏହି ଆକାଶ ପୃଷ୍ଠକୁ
ଅଚିରେ ଦେଇଛି ଚିରି,
ଜଳ, ସ୍ଥଳ, ବନ, ଆକାଶରେ ମଧ୍ୟ
ଦେଖାଉଚି ଦାଦାଗିରି l
ଝରାଇ ଆଖିରୁ ଲୁହ,
ଟଳମଳ ପ୍ରାୟ ଏ ମହୀ ମଣ୍ଡଳ
ସନ୍ତପ୍ତ ଭରା ହୃଦୟ !!
ଠକଠାକ କରି ନରଜlତି ଦ୍ୱାର
କହିଲା ପ୍ରକୃତି ରାଣୀ
ଡର ଭୟ ତୋର ନାହିଁ କିରେ ନର
ହୋଇ ତୁ ଚତୁର ପ୍ରାଣୀ l
ଢଳ ଢଳ ତା ନୟନ,
ଣ (ଅଣ )ଦେଖା କଲେ ଅଚିରେ ସିନା
ହାରିବୁ ତୋର ଜୀବନ !!
ତାତ ତୋ ଜଗତ, ମାତ ଏହି ଧରା
କଷଣ ଦେଉ ତୁ ତାକୁ
ଥରହର ହେବ ଏ ଧରଣୀ ପୃଷ୍ଠ
ଦୁଃଖ କହିବୁ କାହାକୁ?
ଦୟା ଧର୍ମ ଦେଲୁ ଛାଡି,
ଧରଣୀ କାନ୍ଦିଲେ ପ୍ରଳୟ ହୋଇବ,
ବନ୍ୟା, ବାତ୍ୟା ମହାମାରୀ!!
ନରରୂପେ ଶ୍ରେଷ୍ଠ ଜୀବ ହୋଇ ତୁହି
ପ୍ରକୃତି କରୁଛୁ ନଷ୍ଟ ,
ପ୍ରଳୟ ହୋଇବ,ଧ୍ବଂସ ପାଇଯିବ
ଏ ସାରା ଜୀବଜଗତ l
ଫଳ ପାଇବୁ କର୍ମର,
ବର୍ଷା, ଖରା ଠିକ ସମୟରେ ନୋହି
ଅବେଳେ ନାଶିବେ ପ୍ରାଣ !!
ଭବିଷ୍ୟତ ତୋର ନଷ୍ଟ କରୁଅଛୁ
ପ୍ରକୃତି କୋଳକୁ ଟାଳି
ମନୁଷ୍ୟତ୍ୱ ମାରି ମରଣ ବରିଛୁ
ପଛରେ ହୋଇବୁ ଭାଳି l
ଯମକୁ କି ଅବା ନିନ୍ଦା,
ରୋଗ, ହତ୍ୟା ଆଉ ପ୍ରକୃତି ଧ୍ବଂସରେ
ଜୀବନ ହୋଇଛି ବନ୍ଧା !!
ଲୋକ, ପୋକ, କୀଟ, ଜୀବଜନ୍ତୁ ଯେତେ
ସବୁଙ୍କ ହେବ ବିନାଶ,
ୱlହାବା ନେବାରେ ମଣିଷ ପଣିଆ
ଆଉ କି ପାଇବ ଯଶ!
ସରିଗଲା ସବୁ ଧର୍ମ,
ଷଡ଼ରିପୁ ଗୁଣ ଆପଣା କରିଣ
ଶେଷରେ ଆଦରୁ କର୍ମ !!
ହେ ଜଗତର ପିତା !
କ୍ଷମା କରିଦେବ ହେ ପାଠକ ବନ୍ଧୁ
କ୍ଷୁଦ୍ର ମୁଁହି ଏକ ପ୍ରାଣୀ,
ଯଶ ପାଇଁ ନୁହେଁ ଦେଖିଅଛି ଯାହା,
ଦେଇଛି ତାହା ବଖାଣି l
ଲକ୍ଷ୍ୟ ନୁହେଁ ମୋର ମାନ,
ଶିକ୍ଷୟିତ୍ରୀ ଯେଣୁ, 'କ 'ଠାରୁ 'ଲ '
ବର୍ଣ୍ଣନା କଲି ବ୍ୟଞ୍ଜନ !