STORYMIRROR

Jharana Dharua

Inspirational

3  

Jharana Dharua

Inspirational

ଗୁରୁ ହିଁ ଇଶ୍ୱର

ଗୁରୁ ହିଁ ଇଶ୍ୱର

1 min
208


ଗୁରୁ ମୋ ପ୍ରଥମ ଇଶ୍ୱର

ଗୁରୁ ମୋ ସାକ୍ଷାତ ପରମେଶ୍ବର।

ଗୁରୁ ମୋ ଜ୍ଞାନ ଗାରିମା

ତାଙ୍କର କେତେ ଯେ ମହିମା।


ଅନ୍ଧାର ଭିତରେ ଗତି କରୁଥିଲି

ନିଜର ସତ୍ତା ହରାଇଥିଲି ।

ତୁମେ ଆଲୋକର ପଥ ଦେଖାଇଲ

ତୁମେ ମୋ ଜୀବନର ପଥ ଗଡାଇଲ।


ଜ୍ଞାନ ଗାରିମାରେ ପଣ୍ଡିତ କଲ

ଶିଷ୍ୟଙ୍କ ମନକୁ ଜିଣିଲ।

ତୁମେ ଶବ୍ବ କହିବା ଶିଖାଇଲ

ସତ କହିବା ପ୍ରେରଣା ଦେଲ।


ଦୟା,ନୀତି, ଧର୍ମ,ତ୍ୟାଗ,ଶିଖାଇଲ ମତେ

ଅନ୍ୟାୟ ପାପ କଥା ବୁଝାଇଲ କେତେ

ଗୁରୂ ହିଁ ସର୍ବସ୍ୱ ଗୁରୁ ଶକ୍ତିମାନ

ଗୁରୁଙ୍କୁ ନକର କେବେ ଅପମାନ।


ନିଜର ଜ୍ଞାନ ପ୍ରକାଶ କରନ୍ତି ଯେ

ଶିଷ୍ୟର ମଙ୍ଗଳ କରନ୍ତି ସେ।

ଗୁରୁ ପାଖେ ନଥାଏ ହିଂସା କପଟତା

ଶିଷ୍ୟଙ୍କୁ ମିଲେ ସ୍ନେହ ଆଦରତା।


ଗୁରୁ ହିଁ ଆମର ଉପଦେଷ୍ଟା

ସିଏ ପରା ଏ ବିଶ୍ୱର ସ୍ରଷ୍ଟା।

ଗୁରୁଙ୍କ ଅପାର କରୁଣା

ତାଙ୍କ ପାଖେ ମୁଁ ଚିର ଅରଣ୍ୟ।


ଗୁରୁ ମୋ ମହୀମଣ୍ଡଳ

ସଦାବେଲେ ହୁଅନ୍ତି ସଳୀଳ।

ଗୁରୁ ମୋ ବୁଦ୍ଧିଦାତା

ସେ ମୋ ଜ୍ଞାନ ଦାତା।

ତାଙ୍କରି ଜ୍ଞାନରେ ହୁଏ ମୁଁ ସଫଳ

ନିଜେ ଲଭୁଥାଏ ଜ୍ଞାନ ମଣ୍ଡଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational