STORYMIRROR

Jharana Dharua

Tragedy Inspirational

3  

Jharana Dharua

Tragedy Inspirational

ବାପା

ବାପା

1 min
168


ବାପା ତୁମେ କେତେ ସହିଷ୍ଣୁ

ତୁମେ କେତେ ଧର୍ଯ୍ୟଶୀଳ

ତୁମ ହୃଦୟ କେତେ ନିର୍ମଳ,

କେବେ ନିଷ୍ଠୁର ହେବା ଦେଖିନି ।

ତୁମ ପାଟିରୁ ଅମୃତ ଝରେ

ତୁମ ହସରୁ ଗୋଳାପ ଫୁଟେ,

ପୁଅ,ଝିଅର ସ୍ୱପ୍ନ ,ଆଶା,ଆକାଂକ୍ଷା

କୁ ତୁମେ ପୂରଣ କର।

ଯେତେବି ବାଧାବିଘ୍ନ ଝଡଝଞ୍ଜା

ଆସୁ ତୁମେ ସାମ୍ନା କର,

ପରିବାରର ଖୁସି ପାଇଁ ,

ନିଜକୁ ବଳିଦାନ କରିଦିଅ । 

ନିଜ ସ୍ୱାର୍ଥକୁ ତ୍ୟାଗ କରି

ଖୁସିର ମହଳ ବିଛାଇ ଦିଅ,

ନିଜର ଯେତେ କୋହ

ଯନ୍ତ୍ରଣା ଛାତିରେ ଲୁଚାଇ,

ହସିବାର ଅଭିନୟ କର ।

ପରିବାର ଆଗରେ

ଏନ୍ତୁଡି ଶାଳରେ ଜନ୍ମଦେଇ

ଝିଅକୁ ଅନ୍ୟକୁ ଘରକୁ ଠେଲିଦିଅ ।

ଛୋଟରୁ ବଡ କଲ ହେଲେ,

କେଵେ ରାଗ କି ଅଭିମାନ କଲ ନାହିଁ

ବାପା ତୁମେ ହିଁ ତ ମୋ ପୃଥିବୀ ପୃଷ୍ଠ ।।


Rate this content
Log in

Similar oriya poem from Tragedy