STORYMIRROR

Jharana Dharua

Abstract

3  

Jharana Dharua

Abstract

ମାଆ

ମାଆ

1 min
255


ମାଆ ତୁମେ ହିଁ ମୋ ସ୍ରଷ୍ଟା

ତୁମ ଗର୍ଭରେ ମୋତେ ଜାବୁଡି

ଧରି ସବୁ କଷ୍ଟକୁ ସହି ,

ଏ ଦୁନିଆକୁ କୋଳେଇ ଆଣିଲ ।


ମା ତୁମେ ହିଁ ତୋ ମୋ ଜନନୀ

ଭଗ୍ନି, ସ୍ନେହମୟୀ, ମମତାମୟୀ

ପ୍ରଦାୟିନୀ,ଆଶିଷଦାୟୀନୀ

ମା ତୁମେ ମୋ ସର୍ବସ୍ୱ ।


ତୁମ ଆଖିରୁ ଲୁହ ଝରାଇ

ମୋ ଆଗରେ ହସିବାର ଅଭିନୟ

କର ଆଉ ମୋ ମୁହଁରେ ହସ,

ଫୁଟାଅ ଗୋଳାପ କଢି ପରି ।


ମା ନିଜ ପେଟକୁ ମାରି 

ଭୋକ ଉପାସରେ ଉଜାଗର 

ରହିଯାଏ ,ନିଜ ସନ୍ତାନ ପାଇଁ

ରାତି ସାରା ଚେହିଁ ଥାଅ।


ତୁମେ ସେହିଁ ମା,

ଯିଏ ନିଜ ସନ୍ତାନ ପାଇଁ ଜୀବନକୁ ଉତ୍ସର୍ଗ କରି

ଅନ୍ୟ କାହା ଆଗରେ ହାତ

ପାତିଥାଏ ଅନାହାର ଭାବରେ ।

ନିଜେ ଦୁଃଖ କଷ୍ଟକୁ ଛାତିରେ 

ଚାପି ଧରି ନିଜ ଛୁଆକୁ କଣ୍ଟା ଟିଏ

ମାଡିବାକୁ ଦିଏନି ପଥର ପରି ନିଜେ 

ସହିଯାଏ ତୁମେ ସେହିଁ ମା 

ନିଜ ଛୁଆ ପାଇଁ ହସି ହସି 

ଜୀବନକୁ ବି ବଳୀଦାନ ଦେଇପାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract