STORYMIRROR

Jharana Dharua

Others

4  

Jharana Dharua

Others

ସମ୍ପର୍କ

ସମ୍ପର୍କ

1 min
247


ସମ୍ପର୍କ ଏକ ସୂତା ଖିଅ

ଯାହା ଛିଡି ପାରେନି ,

ସମ୍ପର୍କର ଅତୂଟ ବନ୍ଧନରେ

ବାନ୍ଧି ହୋଇ ସାରା ଜୀବନ

ବନ୍ଧି ହୋଇ ରହିବାକୁ ପଡେ ।

ଯେଉଁ ସମ୍ପର୍କ ଦିନେ

ଫାଟକ ସୃଷ୍ଟି କରେ, ପୁଣି ତାକୁ ଅଶାନ୍ତି

ମଧ୍ୟ କରେ ସେ ସମ୍ପର୍କ ଦିନେ ତା ପାଇଁ,

ଦିନ ରାତି ଝୁରେ ।

ଯେତେ ରାଗ ରୁଷା ମାନ ଅଭିମାନକୁ ,

ଛୋଟ ଛୋଟ ଖୁସିରେ ,ଏ ସମ୍ପର୍କକୁ

ଆହୁରି ମଜଭୁତ୍ କରିଦିଏ ।

ଏହି ସମ୍ପର୍କ ସ୍ୱଚ୍ଛ ଓ ନିର୍ମଳ

ପବିତ୍ର ମିଳନ ,ଭାବର ମିଳନ ।

ସୂନେଲି କିରଣ ସାଜି

ତୁମ ଦେହରେ ବୋଲି ହେବି

ତୁମ ସ୍ପର୍ଶ ରେ ଛାଇ ହୋଇ ସାରା

ଜୀବନ ରହି, ଏ ମଧୁର ସମ୍ପର୍କକୁ ଆଗେଇ ନେବି ।

ଫୁଲର ପାଖୁଡାରେ 

ଭଅଁର ବସି ତା' କଥା ବୁଝେ

କାହିଁକି ନା ସେ ବି ଫୁଲ ସହିତ,

କିଛି ସମ୍ପର୍କ ରଖିଛି ।

ଆକାଶ ବି ମାଟି ସହିତ ସମ୍ପର୍କ

ରଖିଛି ,ଯାହା ଫଲରେ ମାଟି ଶୋଶିଲା ହେଲେ 

ଆକାଶ ତା ଭାବନାକୁ ବୁଝିପାରେ ,

ଆଉ ବୁନ୍ଦାଏ ପାଣି ଦିଏ ।

ଝରଣା ପାହାଡ ଉପରେ 

ବୋହିଯାଏ ,

କେତେ କଷ୍ଟ ସହେ ପାହାଡ ,

ହେଲେ ପ୍ରତିବାଦ କରେ ନାହିଁ , 

କାହିଁକି ନା ତାଙ୍କ ସମ୍ପର୍କ ଅତି ନିବିଡ ।



Rate this content
Log in