STORYMIRROR

PRABINA KU, KHADANGA

Inspirational

3  

PRABINA KU, KHADANGA

Inspirational

ଗୁରୁ

ଗୁରୁ

1 min
142

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର

ଭକ୍ତି ଭରେ ପ୍ରଣାମୁଛି ଘେନ ପ୍ରଣତି ମୋହର ।


ସୁଦୀର୍ଘ ଜୀବନ ପଥ ରଥରେ ସାରଥୀ ଆପଣ

ପାଦ ପଦ୍ମ ତଳେ କରୁଅଛି ସଦା ଭକ୍ତିର ଜଣାଣ ।


ଅନ୍ଧକାର ଭିତରେ ଆଲୋକର ଶିଖା ହୋଇ

ନିଜେ ଜଳି ଜଳି ଯାଅ ତୁମେ ସଳିତା ଟିଏ ହେଇ ।


ପଥ ହୁଡେ ଯେବେ ଭ୍ରମରେ ରାସ୍ତା ଦେଖାଅ ତୁମେ

ସଦା ତୁମେ ଆଗଭର ହେଉଥାଅ ନିଜର କର୍ମେ ।


ଗୁରୁ ନାମରେ ରହିଛି ଆଲୋକର ମୌଳିକ ରଶ୍ମି

ଆଲୋକିତ କରେ ଅଲୋଡା ଆମରି ଜୀବନୀ ।


ମାଟି ପିତୁଳା ମୁଁ ଅଟଇ ଆପଣ ବିଶ୍ଵକର୍ମା

ଗଢ଼ି ତୋଳିଛନ୍ତି ମୂର୍ତ୍ତି କରି କି ଦେବି ଉପମା ।


ଉଚ୍ଚ ହେବାର ସ୍ବପ୍ନ ଦେଖେଇ ନିଜେ ହୋଇଛନ୍ତି ସିଡି

ପାହାଚ ଉଠିବାର ସାହସ ଦେଇଛନ୍ତି ନିଜ ହାତକୁ ବଢେଇ ।


ଗୁରୁ ନାମରେ କି ଶକ୍ତି ରହିଛି ହୃଦୟେ ଶକ୍ତି ସଞ୍ଚରଇ

ବିପଦେ ଆପଦେ କଣ୍ଟକିତ ରାସ୍ତାରେ ଚାଲିବାର ଶିକ୍ଷା ଦେଇ ।


ଗୁରୁ ପରମ୍ପରା ନୁହଇ ଆଜ ଅଛି କେଉଁ ପୁରାତନୁ

ଗତିକରି ଚାଲିଥିବ ତାହା, ସଂଶୟ ନାହିଁ କିଛି ମନୁ ।


Rate this content
Log in

Similar oriya poem from Inspirational