STORYMIRROR

Kalandi pal

Inspirational

3  

Kalandi pal

Inspirational

ପରିଚୟ

ପରିଚୟ

1 min
229


ତୁମ ପରିଚୟ ପ୍ରଭୁ ସାରା ଜଗତରେ

ମୋର ପରିଚୟ ସୀମା ମୋ ଘର ଛାଇରେ

ତୁମ ନାମ ଗୁଣ ଲେଖା ବେଦ ପୁରାଣରେ

ମୋର ନାମ ଜଣାଶୁଣା ମୋ ସାହି ଭାଇରେ.

ମହାପ୍ରଭୁ ହେ........

ବଡ଼ପଣେ ତୁମଠାରୁ ନାହିଁ କେ ଏଠାରେ. ll


ତୁମ ଭଲ ମନ୍ଦ କଥା ଭକତ ମୁହଁରେ

ମୋର ସୁଖ ଦୁଃଖ ପ୍ରଭୁ ତୁମରି ହାତରେ.

ତୁମ ସ୍ଥାନ ସଦା ପ୍ରଭୁ ଭକତ ହୃଦରେ

ମୋତେ ଆଶ୍ରା ଦିଅ ପ୍ରଭୁ ତୁମ ଚରଣରେ.

ମହାପ୍ରଭୁ ହେ.........

ବଡ଼ପଣେ ତୁମ ଠାରୁ ନାହିଁ କେ ଏଠାରେ . ll


ତୁମ ହସ ଖେଳ ନିତି ବଡ ଦେଉଳରେ

ମୋ ପାଇଁକି ଚାଳିଆଟେ ଅତି ଆନନ୍ଦରେ

ଷାଠିଏ ପଉଟି ନିତି ଏକା ବକତରେ

ଦି ମୁଠା ଚାଉଳ ଦେବ ନିତି ହରଷରେ.

ମହାପ୍ରଭୁ ହେ........

ବଡ଼ପଣେ ତୁମ ଠାରୁ ନାହିଁ କେ ଏଠାରେ. ll


ତୁମ ପାଇଁ ରୀତି ନୀତି କେତେ ଖଞ୍ଜା ଦେଉଳେ

ମୋ ପାଇଁକି ନୀତି ଏହା ନିତି ନାମ ତୁଣ୍ଡରେ

ତୁମ ଯାତ୍ରା ହୁଏ ପ୍ରଭୁ କୋଟି କୋଟି ଭକ୍ତରେ

ମୋର ଯାତ୍ରା ଶେଷ ହୁଏ ଚାରୋଟି କାନ୍ଧରେ.

ମହାପ୍ରଭୁ ହେ............

ବଡ଼ପଣେ ତୁମ ଠାରୁ ନାହିଁ କେ ଏଠାରେ. ll

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational