ଗଣିବା ପରା ମନା
ଗଣିବା ପରା ମନା
ଛୋଟ ଛୋଟ ଖଣ୍ଡରେ ଭୂଖଣ୍ଡ
ଅଳ୍ପ ଅଳ୍ପ ଗଳ୍ପରେ ସଂକଳ୍ପ ଲୁଚିଥାଏ
ଆଉ ଯିଏ ବୁଝେନା ଶୁଝେନା
ମଣିଷ ବର୍ଗରେ ଗଣିବା ପରା ମନା ।
ପଦେ ଅଧେ କଥାରେ ଶ୍ରୀକଣ୍ଠ
ସ୍ୱପ୍ନ ସ୍ମୃତି ବାଣ୍ଟିଲେ ଆକଣ୍ଠ ଶୁଭୁଥାଏ
ଆଉ ଯିଏ ବୁଝେନା ଶୁଝେନା
ମଣିଷ ଶ୍ରେଣୀରେ ଥାପିବା ପରା ମନା ।
ବିନ୍ଦୁ ବିନ୍ଦୁ ତ୍ୟାଗରେ ସିନ୍ଧୁ ଦର୍ଶନ
ବାପା -ମା' ସେବାରେ ତର୍ପଣ ଅର୍ଜୁଥାଏ
ଆଉ ଯିଏ ବୁଝେନା ଶୁଝେନା
ମଣିଷ ଧାଡିରେ ଥୋଇବା ପରା ମନା ।
ଧର୍ମ କର୍ମରେ ଦିଶେ ସତ୍ୟ ସନାତନ
ପାପ ପୂଣ୍ୟରେ ପତିତପାବନ ଭଜୁଥାଏ
ଆଉ ଯିଏ ବୁଝେନା ଶୁଝେନା
ମଣିଷ ଫକ୍ତିରେ ବସେଇବା ପରା ମନା ।
ସ୍ନେହ ସଦିଚ୍ଛାରେ ସୁବର୍ଣ୍ଣରେଖା
ଜହ୍ନରାତି ପିରତୀରେ ପ୍ରେମଶିଖା ଜଳୁଥାଏ
ଆଉ ଯିଏ ବୁଝେନା ଶୁଝେନା
ମଣିଷ ସିଢିରେ ଝୁଲେଇବା ପରା ମନା ।
ଦୁଃଖରେ ସୁଖରେ ସ୍ଥିତପ୍ରଜ୍ଞ
ଧନରେ ଧାନ୍ଯରେ ବିଭୁସଙ୍ଗ ଦିଶୁଥାଏ
ଆଉ ଯିଏ ବୁଝେନା ଶୁଝେନା
ମଣିଷ ସୋପାନେ ଛିଡ଼ା ପରା ମନା ।
ଜୀବନ ଯୌବନ ଅଢ଼େଇଦିନ
ଆସିଛୁ ଲଙ୍ଗଳା ଜଳିବୁ ପୁଙ୍ଗୁଳା ଭାବୁଥାଏ
ଆଉ ଯିଏ ବୁଝେନା ସୁଝେନା
ମଣିଷ ସମାଜେ ମାନିବା ପରା ମନା ।
ମା' ମାଟି ମଣିଷ ସେବାରେ ଜୀବନ
ମାତୃଭୂମୀ ମାତୃଭାଷା ମାନସମ୍ମାନ ଉଡୁଥାଏ
ଆଉ ଯିଏ ବୁଝେନା ଶୁଝେନା
ଅମୃତସ୍ୟ ପୁତ୍ରା ମଣିଷ କହିବା ପରା ମନା ।