STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଟଙ୍ଗା ମୋନାଲିସା

ଟଙ୍ଗା ମୋନାଲିସା

1 min
4


ଇତିହାସ ପୁଷ୍ଠାରେ ସଢୁଛି

ଅନେକ ଅକଥ୍ୟ କାହାଣି

ସ୍ତୁପ ସମାଧି ଭିତରେ ଲୁଚିଛି

ଅଶ୍ରବ୍ୟ ଅସରନ୍ତି ନିତିବାଣୀ

କବର ଭିତରେ ଆଜି ବି ବିଳାପେ

ଅଦୃଶ୍ୟ ଅଜଣା ଚାହାଁଣୀ


ଭାବୁଛି ଉତାରି ଦେବି

ବସିଛି ହେଇ ଲେଖିଦେବି

କିନ୍ତୁ କଲମ ଚାଲୁନି

ଦି ପଦ ବି ଲେଖି ପାରୁନି 

ଅତୀତର ଛାତି ଚିରି

ଅଣୁଗପଟେ ବି ଲେଖି ହେଉନି


ବାଧିଲା ବହୁତ ଏଥିର

ବାଳୁତ ବେଳରୁ ପଢିଥିବା 

ଥାକ ଥାକ ବହି ସବୁ ବେକାର

କିଛି ବି ବିଷୟ ଟେ ମୁଣ୍ଡରେ ପଶୁନି

ପୁସ୍ତକ କୁଆଡେ ଜ୍ଞାନର ଗନ୍ତାଘର

ଧେତ୍ ! ଗପ ବହି ପଢିବା ସବୁ ବେକାର


କାନ୍ଥରେ ଟଙ୍ଗା ମୋନାଲିସା ଫଟୋ 

ବୋଧେ ରାଗିଗଲା

ତଳେ ପଡ଼ିଗଲା

ଫେନ୍‌ ପବନରେ ଭତୁ ଭଡୁ 

ଗୋଡ଼ ଖସିଗଲା


ହାତରେ ଧରୁ ଧରୁ ମୋନାଲିସା

ତୁମ ହସକୁରୀ ରୂପ ସମ୍ଵାର

ତୁମ ବତୁରା ଉଠ ତୁଠ ପଥର

ତୁମ କଥାକୁହା ଆଖି ଗଭୀର

ତୁମ ବାସ୍ନା ଭିଜା ମନ୍ଦ ମଳୟ

ତୁମ ଐନ୍ଦ୍ରଜାଲିକ ଭୂଗୋଳ ବଳୟ

ସବୁ ଭାସି ଉଠିଲା କତିପୟ

ମନରେ ଭାବନା ଉତ୍ତାଳ ପ୍ରଳୟ


ଏକାନ୍ତରେ ବସିଛି ଭାବୁଛି 

ଗୀତ ଗାଇଲେ ବି ଭଲ ଲାଗନ୍ତା 

ମନେ ମନେ କହୁଛି

ଗଙ୍ଗ ଶିଭଳି ଫୁଲର ରଙ୍ଗ ଢଙ୍ଗ ପରି

ସଞ୍ଜବତୀ ଆଞ୍ଚରେ ଦାଉ ଦାଉ ସୁନ୍ଦରୀ

ବୈଶାଖି ଝାଞ୍ଜିରେ ନାଲି ପଡିଥିବା ଚତୁରୀ

ମଥାରେ ଗୋଡେଇ ଭିଡେଇ ରଙ୍ଗୀନ ଉତ୍ତରୀ

ତୁମ ଲଜ୍ଜାବନତ ନୁଆଁଣିଆ ମୁଁହ

ଆଖି ଆଗରେ ପଡ଼ିଗଲେ 

ଅନ୍ୟମନସ୍କତା ଅବଶ୍ୟ ଅହରହ 


ଶବ୍ଦ ମାନେ ଛଟ ପଟ ହୁଅନ୍ତି

କଡ଼ ଲେଉଟାଇ ଆଖି ଠାରନ୍ତି

ମାଡିଲାଣି ଏଥିର କବିତା ବନୀତା

ଆପେ ଆପେ ଗାରେଇ ହୋଇଯିବ

ତୁମ ପାଇଁ ଅନାବନା ଭାବନା କବିତା


Rate this content
Log in

Similar oriya poem from Fantasy