STORYMIRROR

Sangeeta Barik

Inspirational

3  

Sangeeta Barik

Inspirational

ଜୀବେ ଦୟା

ଜୀବେ ଦୟା

1 min
500

    

ଉତ୍କୃଷ୍ଟ ଜନମ ପାଇଅଛୁ ଆମେ

  ଉତ୍ତମ ଜୀବନ ଜୀଉଁଛୁ ବିଶ୍ଵେ,

ବିଜ୍ଞାନ ବଳରେ ଚାନ୍ଦ ଛୁଉଁଅଛୁ

  ଆମପାଇଁ ଏହି ଧରଣୀ ହସେ ।


ବିଶ୍ଵଦରବାରେ ଧନୀ ବୋଲାଉଛୁ

  ଦୟା ପ୍ରେମ ଭାବେ ଗରିବ ଆଜି,

ନିଜ ଜାତି ପ୍ରୀତି ନିଅଣ୍ଟ ହେଉଛି

  ଜୀବେ ଦୟା ପ୍ରେମ ଯାଇଛି ଭାଜି ।


ବିଲେଇ କୁକୁର ନାହିଁ ତାଙ୍କ ଘର

  ଚାହିଁଥାନ୍ତି ଆମ ହାତ ଟେକାକୁ,

ସେଥିକୁ ଆମର ନିଘା ଅବା କାହିଁ

  ହେଜିବାକୁ ତାଙ୍କ କ୍ଷୁଧା ଦୁଃଖକୁ ।


ଆଦରରେ କେବେ ଡାକିଦେଇ ତାଙ୍କୁ

  ଶ୍ରଦ୍ଧାରେ ପରଷି ଦେଲେଟି ଅନ୍ନ,

ଜୀବାତ୍ମାର ଖୁସି ଉଛୁଳି ପଡିବ

  ମଣିଷ ପଣିଆ ହୋଇବ ଧନ୍ୟ ।


ଅଗ୍ରଗତି ସାଥେ ଜୀବେ ଦୟା ପ୍ରୀତି

  ବିଶ୍ଵ ହିତେ କେବେ ନହେଲେ ଊଣା,

ମାଟିରୁ ଗଗନ କୋଣ ଅନୁକୋଣେ

  ସବୁଠି ଉଡିବ ବିଜୟ ବାନା ।



Rate this content
Log in

Similar oriya poem from Inspirational