ପ୍ରଣାମ ଗୁରୁଦେବ
ପ୍ରଣାମ ଗୁରୁଦେବ
ଗୁରୁ ତୁମେ ମାତା ପିତା ମୋର
ଯୋଗ ଜନ୍ମା ଦେବତା
ତୁମରି ଆଶିଷେ ପବିତ୍ର ମନ ମୋ
ଲେଖେ ପୁଷ୍ପାଞ୍ଜଳି କବିତା।
ତୁମେ ଅନ୍ଧ ବାଡି, ଜ୍ୱଳନ ଶିଖା ତ
ମୋ ଜୀବନ ଅନ୍ଧାରରେ
ତୁମେ ତ ଲେଖିଛ ମୋ ଜୀବନ ରେଖା
ମରୂସମ କପାଳରେ।
ଆଲୋକ ପଥର ସାରଥି ତୁମେ ମୋ
ସମସ୍ୟାର ସମାଧାନ
ଋଣୀ କରିଛ ହେ ବିଦ୍ୟାର ଭଣ୍ଡାର
କରି ମୋତେ ବିଦ୍ୟାଦାନ।
ସିଖେଇଛ ଧରି ହାତ ମୋର
ଏ ଜିବନର ଗଣିତ
ହେ ଗୁରୁଦେବ ପ୍ରଣାମ ଘେନିବ
କରୁଅଛି ପ୍ରଣିପାତ।
