STORYMIRROR

BM Mitrabhanu

Abstract

2  

BM Mitrabhanu

Abstract

ଗାଁ ସହର ଯାଇଛି ସାଜି

ଗାଁ ସହର ଯାଇଛି ସାଜି

1 min
256

ଅନ୍ଧାର ଆକାଶ କାହିଁକି ଡାକୁଛି

ଅଛି କି ପୁନେଇଁ ଜହ୍ନ

ଧଵଳ କୁହୁଡି ମାଡ଼ି ମାଡ଼ି ଯାଏ

ଶିହରୀ ଉଠୁଛି ମନ

କାଖରେ କଳସି ନୂଆ ବୋହୂ ର

ଧିରେ ଧିରେ ଚାଲି ଆସେ

ଚୁଲି ଜଳିବ କି ରୋଷେଇ ହବ

ପରିବା କାଟିବା କୁ ଵସେ

ଛୋଟ ପିଲା ତା'ର ଖେଳୁଛନ୍ତି ସେଠି

ବିଲକୁ ଗଲେଣି ଚାଷୀ

କାଉ, କୋଇଲି ର ସୁମଧୁର ଗୀତ

ମଳୟ ପଵନେ ଆସେ ଭାସି

ସତେ ଗାଁ ମୋର କେତେ ଯେ ସୁନ୍ଦର

ପର୍ବ ପର୍ବାଣୀ ରେ ଭିଡ଼ ଆଜି

ଆଃ ରେ ଏ କ'ଣ ମୁଁ ସ୍ବପ୍ନ ଦେଖୁଥିଲି

ମୋ ଗାଁ ପରା ସହର ଯାଇଛି ସାଜି


Rate this content
Log in

Similar oriya poem from Abstract