ପ୍ରିୟଂକା ତୁମେ ଭୁଲ୍ ଥିଲ
ପ୍ରିୟଂକା ତୁମେ ଭୁଲ୍ ଥିଲ
ଭୁଲ ଥିଲ ପ୍ରିୟଂକା ତୁମେ
ନାରୀ ଟିଏ ହୋଇ
ପୁରୁଷ କୈନ୍ଦ୍ରିକ ଘୃଣ୍ୟ
ସମାଜ ରେ ଜନ୍ମ ନେଇ।
ଭୁଲିଗଲ ତୁମେ ଯାଉଛ
ଅନ୍ଧାର ରାତିରେ
କାହିଁକି ଭାବିଲନି
କେହି ନାହାନ୍ତି ସାଥିରେ।
ଥିଲ ପରା ତୁମେ
ପଶୁ ଡାକ୍ତରାଣୀ
କେମିତି ପାରିଲନି ଚିହ୍ନି
ମଣିଷ ମୁଖା ପଶୁକୁ ପୁଣି।
ଭୁଲ ଥିଲା ତୁମ ଶାଢୀ ପିନ୍ଧା
ସେ ସଣ୍ଠଣାର ଚାଲି
ନହେଲେ କାହିଁ ସେ ପଶୁ
ଘେରିଲେ ହୋଇ ମେଳି।
ସେ ପ୍ରିୟଂକା ସିନା ଭୁଲ ହେଲା
ତାକୁ ଦେଲ ଜାଳି
ଆଜି ବି ଅନେକ ପ୍ରିୟଂକା ଜଳୁଛନ୍ତି
ସେହି ଭୟରେ ଥରି।