STORYMIRROR

BM Mitrabhanu

Tragedy

3  

BM Mitrabhanu

Tragedy

ପ୍ରିୟଂକା ତୁମେ ଭୁଲ୍ ଥିଲ

ପ୍ରିୟଂକା ତୁମେ ଭୁଲ୍ ଥିଲ

1 min
337

ଭୁଲ ଥିଲ ପ୍ରିୟଂକା ତୁମେ

ନାରୀ ଟିଏ ହୋଇ

ପୁରୁଷ କୈନ୍ଦ୍ରିକ ଘୃଣ୍ୟ

ସମାଜ ରେ ଜନ୍ମ ନେଇ।

ଭୁଲିଗଲ ତୁମେ ଯାଉଛ

ଅନ୍ଧାର ରାତିରେ

କାହିଁକି ଭାବିଲନି

କେହି ନାହାନ୍ତି ସାଥିରେ।

ଥିଲ ପରା ତୁମେ

ପଶୁ ଡାକ୍ତରାଣୀ

କେମିତି ପାରିଲନି ଚିହ୍ନି

ମଣିଷ ମୁଖା ପଶୁକୁ ପୁଣି।

ଭୁଲ ଥିଲା ତୁମ ଶାଢୀ ପିନ୍ଧା

ସେ ସଣ୍ଠଣାର ଚାଲି

ନହେଲେ କାହିଁ ସେ ପଶୁ

ଘେରିଲେ ହୋଇ ମେଳି।

ସେ ପ୍ରିୟଂକା ସିନା ଭୁଲ ହେଲା

ତାକୁ ଦେଲ ଜାଳି

ଆଜି ବି ଅନେକ ପ୍ରିୟଂକା ଜଳୁଛନ୍ତି

ସେହି ଭୟରେ ଥରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy