STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ସାହସ

ସାହସ

1 min
504


ସତୀ ଶିରୋମଣୀ  ସଦା ସୁହାଗିନୀ , ରାଜ‌ ଜେମା ରାଜ ରାଣୀ

ବିଦେହ ରାଜନ କୋଳେ ହେଲେ ଜନ୍ମ ସତୀ ଜନକ ଦୁଲଣୀ

ଅପାର ସାହାସୀ ଶ୍ରୀରାମ ବିଳାସୀ ସୀତା,ସାଧ୍ଵୀ ବିରାଙ୍ଗିନୀ

ଅନେକ ବିପଦ ନଭାଙ୍ଗିଲା ଧୈର୍ଯ୍ୟ ସତ୍ୟା-ଧାରିତ କାହାଣୀ ।।


ଦ୍ରଉପଦୀ, କୁନ୍ତୀ ସତୀ ମହାମତୀ ଏ ଭାରତ ର ଗଉରବ

ସାହସୀ ପ୍ରତୀକ ରଖିଛନ୍ତି ଟେକ ସେ ନାରୀ ଜାତି ର ବୈଭବ

କେତେ ଯେ ଧୈର୍ଯ୍ୟ ବହ୍ନି କନ୍ୟା ସୂର୍ଯ୍ୟ ସମାନ ହୋଇ ଉଦ୍ଭବ

ନାରୀ ସହାସର ଅମାପ ଅନ୍ଧାର ଦୂର କାରି ସହାୟକ ।।


ନାରୀ ଜାତି ଧନ୍ୟା ସୁକେଶୀ ମଣ୍ଡନା ମଦ୍ର‌ ନରପତି ଜେମା

କନକ ପ୍ରତିମା ସାବିତ୍ରୀ ସୁକନ୍ୟା ତାର ସାହସ ଲଂଘିଛି ସୀମା

ସତୀ ସାଧ୍ଵୀ ଶିରୋମଣୀ ସୁ ନୟନୀ ଯମ ରାଜ ହେଲେ ବଣା

ଇତିହାସ ବଦଳାଇ ସେ ନିଜସ୍ଵ ରଖିଲେ ନାରୀ ଗରିମା ।।


କୁଶପଲା ଠାରେ ଫିରିଙ୍ଗି କବଳେ ଖୋରଧା ଗଡର ମାଟି

ସହି ନପାରିଲା ପାଇକ ଅବଳା ସୁକ ଦେଇ ମହାମତୀ

ଅସୀମ ସାହସ ଦେଖାଇ ବାଳୀଶ ଦେଖାଇଲା ନାରୀ ଶକ୍ତି

ସେ ନାମ ସାରସ ଗାଏ ଇତିହାସ ଏ ଜାତିର ଇତିବୃତି ।।


ଅଦମ୍ୟ ସାହସ ଦେଖାଇ ବାଳକ କୋଣାରକ ମୁଣ୍ଡି ମାରେ

ଫିରିଙ୍ଗି ସଇନ ବୁଦ୍ଧି ହେଲା ବାମ ଡଙ୍ଗା ନ ଲାଗିଲା କୂଳେ

ସତେ କି ସାହାସ ମାତ୍ର ବାରବର୍ଷ ଡର,ଭୟ ନାହିଁ ତିଳେ

ଅଚିନ୍ତ୍ୟ ସାହସ ବଳେ ଉଡେ ଦେଖ ତ୍ରିରଙ୍ଗା ଏ ଭାରତରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational