STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ସାମାଜିକ ମାଧ୍ୟମ

ସାମାଜିକ ମାଧ୍ୟମ

1 min
241


ସମାଜ ନିୟନ୍ତ୍ରେ ପ୍ରତିଟି ପରାଣ

ଏଇ ଏ ବିଶ୍ଵଲୋକ

ସେହିମତେ ଏହି ମଣିଷ ବୋଲାଏ

ପ୍ରାଣୀ ଗୋଟେ ସାମାଜିକ ।।


ଏହି ସମାଜର ମାଧ୍ୟମ ଦେଇ

ମଣିଷ ହୁଅଇ ବଡ

ଏହି ସମାଜକୁ ନିୟନ୍ତ୍ରଣ କରି

ମଣିଷ ଗଢଇ ଗଡ ।।


ଏହି‌ ସମାଜକୁ ବିଭ୍ରାନ୍ତି କରିଲେ

ଗୃହଯୁଦ୍ଧ ଭୟାବହ

ପରିଣତି ସୃଷ୍ଟି ହୁଅଇ ଜୀବନ

ବଞ୍ଚିବା ଦୁର୍ବିସହ ।।


ସମାଜ ମାଧ୍ୟମେ ସଂସ୍କୃତି,ସଂହତି,

ପ୍ରଗତି ର ଅଗ୍ରଗତି

ହୋଇ ଏ ସମାଜେ ବିରାଜିତ ହୁଏ

ଶାନ୍ତି, ମୈତ୍ରୀ, ପ୍ରୀତି ।।


ସମାଜରୁ ଜାତ ସାମାଜିକ ନ୍ୟାୟ

ସୃଂଖଳା ବିରାଜଇ

ଭାଇ ଭାଗବତ ସ୍ନେହ,ପ୍ରେମ,ପ୍ରୀତି

ଅମୃତ ବରଷଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational