କୋଟିଏ କବିତା
କୋଟିଏ କବିତା
ନାରୀ:ଜହ୍ନରାତି
ପ୍ରତି ପଦ ପାତରେ ଝରୁ ଥାଏ
ଅମୃତ ମୟ ଗୀତି
ରମଣୀୟତାର ଦୋଳିରେ
ଝୁଲୁଚି ଯେ ଝୁଲୁଚି
ସେ କାଳରୁ ଏ କାଳ ପର୍ଯ୍ୟନ୍ତ ॥
ତା'ର ପ୍ରୀତି ସାନ୍ତ୍ୱନା ଦିଏ
ପ୍ରେରଣା ଦିଏ
ସଫଳତା ର ପାହାଚ ରେ ପାଦ ଦେବା ଲାଗି
ତା'ର ଭୂମିକାହିଁ ଅନେକ ପ୍ରଚ୍ଛଦରେ ॥
ପ୍ରେମ ମୟୀ,ସ୍ମୃତି ମୟୀ , ଆହ୍ଲାଦିନୀ
ସେ ହିଁ ପିଂଧାଇ ପାରେ
ବୀରର ଟିକା ।
କେତେ ପୁରୁଣା ଅଥଚ କେତେ ନୂଆ
ମନ ପୃଷ୍ଠାରେ ॥
କ୍ଷମା ମୟୀ'ଦୟାମୟୀ,ସୁଧା ମୟୀ ସେ
ସିଏ ମାଟି କି ଦି'ଭାଗ କରି ପାରେ
ମାଟିକୁ ତିନ୍ତାଇ ପାରେ
ଲୁହ ଶୁଖେଇ ପାରେ
ନାରୀ:ଚିର ସବୁଜ କାବ୍ୟ ॥
