॥ ସଳିତା॥
॥ ସଳିତା॥


ଜଳି ଜଳି ଆଲୋକ ଦିଏ
ପ୍ରୀତିର ସୁନ୍ଦର ମୂର୍ତ୍ତି
ଅଲିଭା ତା' ପାରିବା ପଣ
ଜହ୍ନ ପରି ତା'ର ଗୀତି ॥
ସକଳ ସାଫଲ୍ୟ ପଛେ ସେ
ସିଏ ତ ସେନେହମୟୀ
ସବୁ ଦୁଃଖ କୁ ପାେଛି ଦେଇ
ସେ ପରା କରୁଣାମୟୀ
ସେ ସରସ୍ୱତୀ ସିଏ ଦୁର୍ଗା
ମାଟି କୁ କରେ ସୁନା
ସବୁ ନାହିଁ ନାହିଁ ରେ
ସେ ହଁ ର ମିଠା ସିନା
ବିଦ୍ୟା ଓ ବୁଦ୍ଧି ପ୍ରଦାୟିନୀ
ମମତାମୟୀ ର ଚିତ୍ର
କ୍ଷମାମୟୀ ଓ ଆନନ୍ଦମୟୀ
ଜହ୍ନରାତି ର କ୍ଷେତ୍ର ॥