Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Inspirational Others

3  

ତାରାପ୍ରସାଦ ଜେନା

Inspirational Others

ପାଗଳ ବାଇଆ ରାଞ୍ଚିକୁ ସଜ

ପାଗଳ ବାଇଆ ରାଞ୍ଚିକୁ ସଜ

1 min
274



ପାଗଳ ବାଇଆ ରାଞ୍ଚିକୁ ସଜ

ନାଆଁକୁ ବାଇଆ ନିନ୍ଦାକୁ ହେଜ !


ସାହିତ୍ୟ ଫାହିତ୍ୟ ଜାଣିନି କିଛି

ସଂସ୍କୃତ ଟ୍ରୋଲର ଧିକାର ଅଛି !


ସାନ୍ତା-କ୍ଲଜ ପୁଣି ଗୋସାଇଁ ଲେଖା

ସଭି ଶବଦଟା ସଂସ୍କୃତ ଚୋଖା !


ସଂସ୍କୃତ ଢୋଲରେ ପଶିଛି ମୂଷା

ଢୋଲ ଗଡ଼ିଲାଣି ଛିଡୁଚି ଆଶା !


ଉପରେ ହସକୁ ଭିତରେ କାନ୍ଦ

ଅମାସ୍ୟା ରାତିରେ ଦେଖିବ ଚାନ୍ଦ !


କଳ୍ପନା ସୁନ୍ଦରୀ କଳ୍ପଣା ପାଏ

ଡାହାଣା ପାଗଳ ଅନାଇଥାଏ !


ଟଙ୍କାକୁ ସାରେନି କିଣିବ ବହି

ନିଜକୁ ଜ୍ଞାନର ଭାବୁଛି ବିହି !


ନିର୍ଲଜ ପଛରେ ପାଳିଆ ଦଳେ

ଅଲେଖା ଲେଖାକୁ ଗନ୍ଧିଆ ଚଳେ !


ଜ୍ଞାନୀଏ ଦେଖନ୍ତି କପଟ ନୀତି

ବାଣୀ ସନ୍ତାନର ଅଖ୍ୟାତ ରୀତି !


ଫୁଲର ବଦଳେ ପକାନ୍ତି ଛେପ,

ମନକୁ ବିଟୋଳ ସାଜିଛି ପାପ !


ସାହିତ୍ୟ ଆଳରେ ଗୋତର ମାରୁ

ଅନେକ ଝିଅଙ୍କ ଅଙ୍କଲ ଗୁରୁ !


ସତର୍କ ରହିବ ଏଭଳି ପାଜି

ଭାବରେ କଦାପି ଯିବନି ମଜି !




Rate this content
Log in

Similar oriya poem from Inspirational