STORYMIRROR

Hrushikesh Satpathy

Inspirational

3  

Hrushikesh Satpathy

Inspirational

ଏଇ ମୋ ଜୀବନ

ଏଇ ମୋ ଜୀବନ

1 min
352

ବୃତ୍ତି...

ଅଭିନବ,

ଅଥଚ ଅନିର୍ବାର୍ଯ୍ୟ ।

କର୍ମ କ୍ଷେତ୍ର,ଅଥବା ବ୍ୟବସାୟ

ବଞ୍ଚିବାର ଅବିଚ୍ଛେଦ୍ୟ ରାହା..... 

ଯୁଝିବାର ଅଦମ୍ୟ ଅଭିଳାଷ.....

ଅଭିଳାଷର ପୂର୍ଣ୍ଣତା ପାଇଁକି

ଅବିକଳ୍ପ ପ୍ରୟାସ... !


ଶିକ୍ଷକତା...

ଭାଗ୍ୟବାନ ମଣିଷର

ବିଚକ୍ଷଣ ଓ ସୁନାମଧନ୍ୟ ବୃତ୍ତି.. !

ଅଗଣିତ ଶିଶୁ ଶାବକଙ୍କ

ଭାଗ୍ୟର ପ୍ରଣେତା.... !!


ମୁଁ...

ମୋର ଶିକ୍ଷକତା

ଏକକୁ ଆରେକ

କର୍ମୀ ଆଉ କର୍ମକ୍ଷେତ୍ର

ଏକ ନିବିଡ଼ ବନ୍ଧନରେ ବନ୍ଧା,

ଛାତ୍ରଙ୍କ ପାଇଁକି ସୁଦକ୍ଷ ବିନ୍ଧାଣି

ଆଉ,ମୋ ପାଇଁକି ସେମାନେ

ଜଣେ ଜଣେ ଜୀବନ୍ତ କଣ୍ଢେଇ ।


ଏବେ ଆଉ ନାହିଁ,

ମୋର ସେଇ ବୃତ୍ତିରୁ

ମୁଁ ଅପସରି ଯାଇଛି ...

ବୟସ ସୀମାରେ ଲକ୍ଷ୍ମଣ ରେଖା...

ଅବସର ପ୍ରାପ୍ତ,କିନ୍ତୁ ଅବସନ୍ନ ନୁହେଁ ।

ଏବେବି ଖୁସି ଦିଏ,ଆନନ୍ଦ ପାଏ...

ଯେତେବେଳେ ଦେଖେ,

ମୋର ସେଇ ମେଧାବୀ ଛାତ୍ରଙ୍କୁ

ଭିନ୍ନ ଭିନ୍ନ କର୍ମକ୍ଷେତ୍ରରେ.....

ଛାତି ଫୁଲି ଉଠେ,ଗର୍ବରେ....

ଆଖିରେ ଆନନ୍ଦର ଅଶ୍ରୁ....

ମୁଖରେ ମୋର

ବାର୍ଦ୍ଧକ୍ୟର ଶ୍ମଶ୍ରୁ

ହୃଦୟରେ ପୂର୍ଣ୍ଣତା ପ୍ରାପ୍ତିର

ପ୍ରଗାଢ ପ୍ରତିକ୍ରିୟା.....

ସାର୍ଥକ ଜୀବନର

ଅମୋଘ ଶୈଳୀରେ ଗଢ଼ା

ଏଇ ମୋ ଜୀବନ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational