STORYMIRROR

Sudhanjali Mishra

Inspirational

3  

Sudhanjali Mishra

Inspirational

ସଂକଳ୍ପର ସାକାର -ସ୍ମୃତିସୁଧା

ସଂକଳ୍ପର ସାକାର -ସ୍ମୃତିସୁଧା

1 min
386

ସଂକଳ୍ପର ସାକାର "ସ୍ମୃତିସୁଧା"

ସ୍ମୃତି ରୂପକ ସୁଧାକୁ ମୋର

ବିତରି ଦେବାର ଉଚ୍ଛ୍ବାସ

ସଭିଙ୍କ ମନରେ ଭରିଦେଉ ସେ ତ

ହସ ଆନନ୍ଦ ଓ ଉଲ୍ଲାସ ..।

ଖଟା ମିଠା ଅନୁଭୂତିକୁ ନେଇ

ସାଉଁଟି ଦେବାର ପ୍ରୟାସ

ସ୍ମୃତିରେ ସ୍ମୃତିରେ ବିତେ ମୋର ଦିନ

ସ୍ମୃତିରୁ କବିତା ପ୍ରକାଶ ...।

କବିତାର ସୁଧା ପାନକରି ସର୍ବ

ମନଟି ହେଉ ହରଷ

ସଭିଁଙ୍କ ହୃଦୟେ ବାସକରୁଥିବି

ସାର୍ଥକତାର ନିର୍ଯ୍ୟାସ ...।

ସଂକଳ୍ପ ସାକାର ହୋଇଥିଲା ମୋର

ସ୍ମୃତିସୁଧା ବହି କଲି

ସମସ୍ତଙ୍କ ସ୍ନେହ ଶ୍ରଦ୍ଧାକୁ ପାଇଣ

ଦେବରାଜ ଅନୁଷ୍ଠାନ ଗଢିଲି ..।

ଦେବସୁଧା ନାମ ପତ୍ରିକାରେ ଯହିଁ

ସ୍ଥାନିତ କବିଙ୍କର କବିତା

ପାଠକଙ୍କର ଶ୍ରଦ୍ଧା ଭାଜନରେ

ଲଭିଛି ସେ ଯେ ସାର୍ଥକତା ...।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational