STORYMIRROR

Sudhanjali Mishra

Abstract

3  

Sudhanjali Mishra

Abstract

ପୃଥିବୀ -ଏକବିଂଶ

ପୃଥିବୀ -ଏକବିଂଶ

1 min
11.7K

ପୃଥିବୀ ଏକବିଂଶ ହୋଇବ କି ଧ୍ବଂସ ?

ଆଚମ୍ବିତ ଲାଗେ ଆଜି

କରୋନା ଭୂତାଣୁ ବ୍ୟାପେ ଏଣୁତେଣୁ

ମହାମାରୀ ରୂପ ସାଜି

ସାରା ବିଶ୍ବଜନ ହେଲେ ଯେ ଅଜ୍ଞାନ

ଆତଙ୍କିତ ଆଶଙ୍କାରେ

ହୋଇବ କି ଧରା ଜନାକୀର୍ଣ୍ଣ ହରା

ସଂକ୍ରମଣ କରୋନାରେ

ତଥାପି ଏମନେ ବିଶ୍ବାସ ଭାଜନେ

ବିଶ୍ବପିତା ଜଗନ୍ନାଥ

କରିବେ ଉଦ୍ଧାର ବିଶ୍ବହିତେ ସାର

ବଢାଇ ସୁରକ୍ଷା ହାତ

ଦି ହଜାର କୁଡି ଅତୀତକୁ ଭିଡି

ଇତିହାସ ରଚି ନୂଆଁ

ନୂତନ ସନ୍ଧାନ ଭାରତ ଆଣିଣ

ବିଶ୍ବେ କରିବ କି ନାଆଁ

କଥାରେ ତ ଅଛି ହରାଇଲେ କିଛି

କିଛି ତ ପାଇବ ନୂଆ

ପଶୁପକ୍ଷୀ,ଗଛ ଲତା ହସୁଛନ୍ତି

ଖୁସି ପ୍ରକୃତିର ହିଆ

ବାୟୁ ପ୍ରଦୂଷଣ ଜଳ ପ୍ରଦୂଷଣ

ରୋକିପାରିଛି ଏ କରୋନା

କଳକାରଖାନା ଚାଲୁନାହିଁଏବେ

ମଟର ଧୂଆଁ ବି ଛାଡେନା

ସ୍ତର ଓଜନର ଛିଦ୍ର ପୂରଣର

କ୍ରମାନ୍ବୟେ ହୁଏ ହ୍ରାସ

ବିଶ୍ବ ଦରବାର କରି ଚମତ୍କାର

ନୂତନତ୍ବର ପ୍ରକାଶ             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract