Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravatirani Mohanty

Abstract

4  

Pravatirani Mohanty

Abstract

ନମଃ ଗଣପତି ବାବା

ନମଃ ଗଣପତି ବାବା

1 min
311



ପାର୍ବତି ନନ୍ଦନ ଆସହେ 

   ପଥ ରହିଛୁ ଚାହିଁ

ସଦ୍ୟ କୁସୁମରେ ତୁମକୁ

  ପ୍ରଭୁ ଦେବୁ ସଜାଇ

ବକ୍ର ତୁଣ୍ଡ ବିଘ୍ନ ନାଶନ

  ତୁମ୍ଭ ତନୁ ଶୋଭନ

ଶୁଭ୍ର ଉପବୀତ ସ୍କନ୍ଦରେ

  ପ୍ରଭୁ ଦୁଃଖ ନାଶନ

ରଖିଛୁ ଅକ୍ଷତ ସଜାଡି

 ଧୂପ ଦୀପ ଚନ୍ଦନ

ଲଢୁ ନାରିକେଳ ଅର୍ପଣ 

  କରି କରୁ ବନ୍ଦନ

 ଦିଆ ବିଦ୍ୟାବୁଦ୍ଧି ଆମକୁ

   ସଦ ବୁଦ୍ଧି ଉଦୟ

ତୁମ ନାମ ଧରି ତୁଣ୍ଡରେ

  ଲବୁ ସର୍ବତ ଜୟ

ସଂସାର ରକ୍ଷଣ ପ୍ରଭୁ ହେ

  ଯାଏ ରଜନୀ ପାହି

ସିନ୍ଦୁରା ଫାଟିବ ଆକାଶୁ

  ରବି ଆସିବେ ଉଇଁ 

ପ୍ରକୃତି ଦିଶିବ ସୁନ୍ଦର

  କରୁ ଅଛୁ ସ୍ୱାଗତ

ବନ୍ଦନା କରୁଛୁ ପୟରେ

  ଘୁଞ୍ଚୁ ସର୍ବ ବିପଦ

 ଜୟ ଜୟ ଗଣପତି ହେ

  ସଙ୍ଗେ ମୂଷିକ ରାଜ

ସର୍ବ ସିଦ୍ଧି ଦାତା ଗଣେଶ

  ଘେନ ପ୍ରଣାମ ଆଜ 

ନିଦ୍ରା ଦେବି କଲେ ସ୍ୱାଗତ

 ଚକ୍ଷୁ ନୁହଇ ସ୍ଥିର

ସକାଳକୁ କରି ଅପେକ୍ଷା

  ପୟରେ ଯୋଡ଼େ କର ।।


Rate this content
Log in

Similar oriya poem from Abstract