Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ସମ୍ଭାବନା

ସମ୍ଭାବନା

1 min
239



ଜୀବନର ଏଇ ଦୋଛକି ଭିତରେ 

ଠିକଣା ମୋ ହଜିଗଲା

ଟଳମଳ ପାଦ ଅବଶ ହୋଇଲା

ସମ୍ଭବନା ମରି ଗଲା ।


ଖୁସି ସମ୍ଭବନା ଉଙ୍କି ମାରୁଥିଲା 

ଏଇ ମୋର ଜୀବନରେ

ହସର ପସରା ଖୋଲିବା ଆଗରୁ 

ହଜି ଗଲା ଅନ୍ଧାରରେ ।


ଦୁଃଖର ବାଦଲ ଘୋଟି ଆସିଗଲା

ସୁଖକୁ ଛଡେଇ ନେଲା

ଖୁସି ସମ୍ଭାବନା ଆପେ ଲିଭି ଗଲା

ଲୁହେ ସେ ଭିଜେଇ ଦେଲା ।


ନିରାଶା ଜୀବନେ ବଞ୍ଚିବା ଝଲକ

ଏଇ ଏକା ଦେଇଥିଲା

ସିଏ ପୁଣି ନିଜେ ବାଟ ଭାଙ୍ଗି ଦେଇ

ହାତ ମୋର ଛାଡି ଦେଲା ।


ଆଖିରେ ଭରି ସେ ସୁନେଲି ସପନ

ମନରେ ଜହର ଦେଲା

ହୃଦୟକୁ ମୋର ଭାଙ୍ଗି ଦେଇ ସିଏ

ଛଳନାରେ ଖେଳି ଗଲା ।


ତା କପଟ ପଶା ପାଲିରେ ଜୀବନ

ମୋର ବଳି ପଡି ଗଲା

ସତ ନିକଟରେ ମିଛର ଦୁନିଆ

ଖିଲି ଖିଲି ହସୁ ଥିଲା ।


ଜାଣି ପାରିଲିନି ମରୀଚିକା ସିଏ

ମନ ସତ ଭାବି ନେଲା

ବିଶ୍ବାସ ତରୀଟା ଅବିଶ୍ବାସ ଖେଳ

ମଝି ସ୍ରୋତେ ଖେଳି ଗଲା ।


ଏକୂଳେ ରହିଲି ନା ସେ କୂଳକୁ ଗଲି

ଭଉଁରୀଟି ଆସିଗଲା

ଭାବିବା ଆଗରୁ ସେ ଭଉଁରୀ ନିଜେ

ତା ଆଡେ ଭିଡି ନେଲା ।


ଉବୁଡୁବୁ ହୁଏ ସେଇ ଭଉଁରୀରେ

ପାଦ ଆପେ ଖସି ଗଲା

ଆଗକୁ ବଢୁଛି ନା ଫେରି ପାରୁଛି

ଏମିତି ଖେଳ ସେ କଲା ।


ତାର ସେ ଛୁଆଁରେ ଚଗଲା ମନଟା

ମୋର ତ ଚହଲି ଗଲା

ନିଜକୁ ତା ପାଖେ ହଜେଇଲି ଯେବେ

ସିଏ ଜିଦିଖୋର ହେଲା ।


ନା ନିଜେ ବୁଝୁଛି ନା ବୁଝେଇ ପାରୁଛି

ଅବୁଝା ଭାରି ସେ ହେଲା

ଯେତେ କହିଲେ ବି ନା ମନ ମାନୁଛି

ସିଏ ସମ୍ଭାବନା ଥିଲା ।


ବୀତସ୍ପୃହା ଏଇ ବିତୃଷ୍ଣା ଜୀବନେ

ସମ୍ଭାବନା ଆଣି ଦେଲା

ସେଇ ସମ୍ଭାବନା କାଳ ହେଇ ଆଜି

ମୋ ଆଗରେ ଛିଡା ହେଲା 


ନା କହି ପାରୁଛି ନା ସହି ପାରୁଛି

ମନ ଦହଗଞ୍ଜ ହେଲା

ବଞ୍ଚିବା ମରିବା ଦୁଇଟା ଯାକ ମୋ

ସମାନ ତ ହୋଇଗଲା ।


ମୋ ଦୁନିଆରେ ଭଲରେ ମୁଁ ଥିଲି

ଭାଗ୍ୟ ମୋ ସାଥେ ଖେଳିଲା

ମିଛ ସମ୍ଭାବନା ଜୀବନରେ ଆଣି

ମୋତେ ହରେଇଣ ଦେଲା ।


Rate this content
Log in

Similar oriya poem from Abstract