STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଶରତ ଆସିଛି ସରାଗ ନେଇ

ଶରତ ଆସିଛି ସରାଗ ନେଇ

1 min
234

ଆସିଛି ଶରତ ଋତୁ     ଧରି ସରାଗ ସର୍ବାଙ୍ଗ 

    ଦୁର୍ଗା ସ୍ବାଗତରେ ପ୍ରୀତି ତା ଅଙ୍ଗ

ପବିତ୍ର ଭକ୍ତି ପାର୍ବଣେ     ଆରୋହଣ ଶକ୍ତିରୂପା 

    ହୋଇଛି ମର୍ତ୍ତ୍ୟପୁର ସୁସଜ୍ଜିତ ରଙ୍ଗ

       ବାଜୁଛି ମହୁରୀ ମୃଦଙ୍ଗ

    ଗାଁ ଠୁ ସହର ଦିଶେ ଭକ୍ତିର ଉମଙ୍ଗ ।


ଶସ୍ୟ ଶ୍ୟାମଳା ଏ ଭୂମି ଦୁର୍ଗା ଦେବୀ ସ୍ବାଗତରେ

    ମୃଦୁମଳୟ ସଞ୍ଚାରିତ ଧୀରେଧୀରେ

ସୁଗନ୍ଧିତ ଅମ୍ଳଜାନ    ଧରି ପୁଷ୍ପ ବାସ୍ନା କଳେ

   ବିଞ୍ଚୁ ଅଛି ତା ବାସ୍ନା ଦେବୀଙ୍କ ଧ୍ୟାନରେ 

         ଶକ୍ତିରୂପା ସିଂହ ବାହିନୀ 

     ଆବିର୍ଭାବ ମର୍ତ୍ତ୍ୟପୁରେ ମା ଭବାନୀ ।


ଝୁଲେ ଫୁଲ କାଶଦଣ୍ଡୀ   ପବନର ତାଳ ତାଳେ

      ଚାମର ପରାଏ ଅନୁପମ ଦିଶୁଛି 

ମୃତ୍ୟୁ ଲୋକ ମର୍ତ୍ତ୍ୟପୁର ସୌନ୍ଦର୍ଯ୍ୟରେ କି ସୁନ୍ଦର 

      ଜଗଜ୍ଜନନୀ ଙ୍କୁ ସେ ପ୍ରଣାମ କରୁଛି 

        ତାରିଣୀ ଆରାଧ୍ୟ ଆମର

    ପ୍ରେମ ପ୍ରୀତି ଶ୍ରଦ୍ଧାରେ ପୂଜନ ତାଙ୍କର ।


ପରିଧାନ ନାରୀଙ୍କର    ହଳଦିଆ ବସ୍ତ୍ର ରଙ୍ଗ

     ଖୁସି ଓ ଆନନ୍ଦ ପରା ଏହୁ ପ୍ରତୀକ 

ଆରାଧନା ଜଗଦମ୍ବେ ‌   ପ୍ରେମ ପ୍ରୀତି ସମର୍ପଣେ 

     ମନୁଷ୍ୟ ଜୀବନ ଏ କରନ୍ତି ସାର୍ଥକ 

         ମନବାଞ୍ଛା ଟି ପୂରଣ 

     ଦେବୀ ଆଶୀର୍ବାଦ ପରା ତହିଁରେ ଜାଣ ।


ମହିଷା ମର୍ଦ୍ଦିନୀ ଦୁର୍ଗେ    ଦୁଷ୍ଟ ବିନାଶିନୀ ଭବେ

    ମୃତ୍ୟୁ ଧାମେ ଆସନ୍ତି ସେ ବର୍ଷକୁ ଥରେ 

ଅମୃତ କାଳ ଟି ଏହୁ     ରାଷ୍ଟ୍ରର ସୁନାମ ବହୁ 

     ସରାଗ ଭରା ଶରତ ଋତୁ ଏହୁରେ

       ସତ୍ୟ ତ୍ୟାଗ ଭରି ଦେବେ

     ଦୁର୍ଗେ ସମୃଦ୍ଧଶୀଳ ରାଷ୍ଟ୍ରକୁ କରିବେ ।


Rate this content
Log in

Similar oriya poem from Abstract