Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chaturbhuja Sahoo

Abstract

4  

Chaturbhuja Sahoo

Abstract

ସନ୍ଦେହ

ସନ୍ଦେହ

1 min
278


ଈଶ୍ୱର ସୃଷ୍ଟିରେ ସ୍ତ୍ରୀ ପୁରୁଷ କେବଳ ଦୁଇଟି ଜାତି 

ବିପରୀତ ଲିଙ୍ଗୀ ସୁଲଭ ସ୍ବଭାବ ମନରେ ଜଗାଏ ଭୀତି ।


ଏକୁ ଭିନ୍ନ ଆନ ବଞ୍ଚିବା ମୁସ୍କିଲ ଯଦିଓ ବିରୋଧାଭାସ 

ତଥାପି ଜୀବନ ବଞ୍ଚେ ଅୟସରେ ପିଇ ପିଇ ପ୍ରୀତି ରସ ।


ନାରୀ ପୁରୁଷର ପୁରୁଷ ନାରୀର ଦେଖ ସନ୍ଦେହ କ୍ରୀଡା

ଯଦିଓ ଏକାଠି ବଞ୍ଚିବା ପାଇଁକା ଦାମ୍ପତ୍ୟ ଜୀବନେ ଛିଡ଼ା ।


କେତେ ସ୍ନେହଶ୍ରଦ୍ଧା ଆପଣାପଣେ ଗଢା ପ୍ରେମର ମନ୍ଦିର 

ଟିକିଏ ସନ୍ଦେହ କର୍କଟ ସମ କରିଦିଏ। ଚୁରମାର ।


ଅଟ୍ଟଳ ପ୍ରୟାସ ଅଟ୍ଟଳ ଜିଦ୍ଦିରେ ପାଲଟେ ତାସ'ର ଘର 

ବିପରୀତ ଦିଗେ ଏକାତ୍ମା ମଣିଷ ବଢାନ୍ତି ପାଦ ତାଙ୍କର ।


ଭାଙ୍ଗି ଯାଏ ସିନା ମନର ପ୍ରୟାସ, ମନ ଖୋଜେ ମନଟିଏ

ନାରୀ ଓ ପୁରୁଷ କେବେ କି ଅଭିନ୍ନ ଚନ୍ଦ୍ର ସୂର୍ଯ୍ୟ ଥିବାଯାଏ ।


କର୍କଟ ସମ ମନର ମଇଳା କର ମନରୁ ବାରଣ 

ହେ ନାରୀ ପୁରୁଷ, ନିଃସନ୍ଦେହ ରହୁ ତୁମ ପ୍ରେମ ଜାଗରଣ ।


Rate this content
Log in

Similar oriya poem from Abstract