ଉତ୍ତମ କର୍ମର ସିଦ୍ଧି ପଥ
ଉତ୍ତମ କର୍ମର ସିଦ୍ଧି ପଥ
ମନ ହେଉଛି, ସଦା ରହେ, ଚଳ ଚଞ୍ଚଳ,
ପ୍ରତ୍ୟେକ ମନୁଷ୍ୟର
ଭାବନା ତ ଅଟଇ ସଦା ରଙ୍ଗୀନ ଓ କଳ୍ପନା
ବିଳାସୀ ପ୍ରବର ।
ଭାବନାର ବେଗ କ୍ଷିପ୍ର, ହୋଇପାରେ
ଭାସମାନ କୁହୁଡି ଭିତର
ସବୁ ପାଣି ଫଟୋକା ସଦୃଶ ମିଳାଇ
ଯାଏ, ସ୍ବପ୍ନ ଓ ଭାବନା ତା'ର ।
ଆଗକୁ ମାଡି ଚାଲିବା ମନର ଧରମ,
ଗନ୍ତବ୍ୟ ସ୍ଥଳ ଜଣା ନଥାଏ,
ହାତେ ମାପି ଚାଖଣ୍ଡେ ନଚାଲିବାରୁ,
ଫେରିବାର ରାସ୍ତା ନପାଏ ।
ବିବେକ ପ୍ରତ୍ୟେକ ମନୁଷ୍ୟର ଅଟଇ
ପରା ଏକ ମାର୍ଗଦର୍ଶକ,
ମନର ଭାବନାକୁ ନିୟନ୍ତ୍ରଣ କରିଥାଏ,
ତେଣୁ ସେ ତ ନିୟନ୍ତ୍ରକ ।
ସେ ମନକୁ ଆୟତ୍ତାଧୀନ କରି ତାହାର
ସଠିକ୍ ରାସ୍ତା ଦେଖାଏ,
ମଣିଷକୁ ସଂଯତ, ନୀତିନିଷ୍ଠ, ବିଚାରବନ୍ତ,
ଧୈର୍ଯ୍ଯଶୀଳ କରିଥାଏ ।
ମଣିଷକୁ ଧାର୍ମିକବାନ, ବାସ୍ତବଧର୍ମୀ, ଓ
ନିରପେକ୍ଷତା କରି ଥାଏ,
ସଦାବେଳେ ଭାବନା ସମୁହ ସବୁ ମନକୁ
ବିଚଳିତ କରୁ ଥାଏ ।
ବିବେକ, ଉଦ୍ଦେଶ୍ୟକୁ ମହତ ସକାଶେ
ଧୈର୍ଯ୍ଯ ଓ ସାହାସ ଯୋଗାଏ,
ମନୋବିଜ୍ଞାନକୁ ଅନୁସନ୍ଧାନରେ ଏହି
ସିଦ୍ଧାନ୍ତରେ ଉପନୀତ ହୁଏ ।
ବିବେକ ଏକ ସଫଳ ଅସ୍ତ୍ର ରହେ ଉତ୍ତମ
ଚରିତ୍ର ଗଠନ କରିବାରେ,
ମଣିଷ ତାହାର ବୁଦ୍ଧି, ବୃତ୍ତି, ଜ୍ଞାନ, କୃତୀତ୍ୱ
ଓ ଦକ୍ଷତା ବଳରେ ।
ବିବେକ ଏକ ସଫଳ ଅସ୍ତ୍ର ରହେ ଉତ୍ତମ
ଚରିତ୍ର ଗଠନ କରିବାରେ,
କର୍ମରେ ସରସତା ଓ ବଚନରେ ସାଧୁତା,
ଦେଖାଏ ସର୍ବ କ୍ଷେତ୍ରରେ ।
ଯେଉଁ ମଣିଷ ଶିଶୁ ସୁଲଭ ସରଳତା ଓ
ନିରପେକ୍ଷତା ଦେଖାଇ ଥାନ୍ତି,
ସମାଜର ଜନସାଧାରଣ, ପ୍ରବଳ ଭାବରେ
ଆକର୍ଷିତ ହୋଇଣ ଥାନ୍ତି ।
ଯେଉଁ ଲୋକଟିଏ ଭାଜନ ହୋଇ ଥାଏ
ହୃଦୟରୁ ଶ୍ରଦ୍ଧାର ଭାବ,
ମୂଲ୍ୟାୟନ ହୋଇ ପାରେନା ଅର୍ଥ ମାଧ୍ୟମ
ରେ ସେହି ଶ୍ରଦ୍ଧା ଭାବ ।
ପ୍ରକୃତ ହୃଦୟ ଭିତରୁ ମାନ ସମ୍ମାନ ମିଳିଲେ,
ତାହା ପ୍ରକୃତ ପୁରସ୍କାର,
ଏକ ଶାଶ୍ୱତ ପଦକ, ତୁଳନୀୟ ନୂହଁ ଶକ୍ତି ଅବା
ପଦବୀ ଅବା ପ୍ରତିପତ୍ତିର ।
ଏହାକୁ ମନୋବିଜ୍ଞାନ ଶାସ୍ତ୍ରେ କୁହାଯାଏ ତ
ଶିଶୁ ସୁଲଭ ସରଳତା
ଏହି ମାନସିକ ଚେତନା ଅଟଇ ତ ସଂସାରର
ଉଚ୍ଚରୁ ଉଚ୍ଚ ଅବସ୍ଥା ।
ପ୍ରେମର ଭାବଧାରାକୁ ପ୍ରାପ୍ତ ହେବା ପାଇଁ
ସମର୍ଥ ହୋଇଥାଏ କିଏ
ଉଚ୍ଚରୁ ଉଚ୍ଚ ଅବସ୍ଥା ପ୍ରାପତି ର ପଥ ଶ୍ରୀମଦ୍
ଭାଗବଦ୍ ଗୀତା କୁହେ:
"ଯତଃ ପ୍ରବୃତ୍ତିଭୂର୍ତାନାଂ ଯେନ ସର୍ବମିଦଂ ତତମ୍
ସ୍ୱକର୍ମଣା ତମଭ୍ୟର୍ଚ୍ଚ୍ୟ ସିଦ୍ଧିଂ ବିନ୍ଦତି ମାନବଃ" ।