ଭଲ ମଣିଷ ମିଳିଵା ସହଜ ନୁହଁ
ଭଲ ମଣିଷ ମିଳିଵା ସହଜ ନୁହଁ
ମଣିଷଟିଏ, ସୁଖ ସମ୍ପଦ ଥିବା ବେଳରେ
ଯିଏ ପାଖରେ ଥାଆନ୍ତି
ବନ୍ଧୁ କଅଣ ସିଏ ଯଦି ଆବଶ୍ୟକ ବେଳେ
ତୁମଠୁ ଉଭେଇ ଯାଆନ୍ତି ।
ହୃଦୟରେ ଇର୍ଷା ଓ ଘୃଣା, ଉପରକୁ ବନ୍ଧୁର
ଶବଦ ଯିଏ ବୋଲେ
ବନ୍ଧୁ କଅଣ ସିଏ, ସର୍ବଦା ଯିଏ ଜାଣି ଶୁଣି
ତୁମକୁ ବିପଦକୁ ଠେଲେ ।
ମଣିଷ ଚିହ୍ନିବା ସଦା ସର୍ବଦା କଷ୍ଟକର, ଏହା
ସହଜ କେବେ ନୁହଁ
ଏହା କଅଣ ମିଛ କୁହ, ଭଲ ମଣିଷ ଗୋଟେ,
ମିଳିଵା ସହଜ ନୁହଁ ।
ମଣିଷର ଏକାନ୍ତ ଅଟେ ତାର କର୍ତ୍ତବ୍ୟ ଓ କର୍ମ,
ସମସ୍ତେ ଅଛେ ଜାଣି
ଏହା ସବୁ ଦେଶ, କାଳ, ସମାଜ, ସଂସ୍କୃତି ଓ
ମର୍ଯ୍ୟାଦାର ବାଣୀ ।
ଯୁଗେ ଯୁଗେ ପବିତ୍ର ଭାବନା ସହିତ କର୍ମ
କାର୍ଯ୍ୟ ଅଟେ ଧରମ
ପ୍ରେମମୟ ଓ ଅମୃତମୟ ର ଜୀବନଚର୍ଯ୍ୟା
ପରା ତାହାର ମର୍ମ ।
କର୍ତ୍ତବ୍ୟ କର୍ମରେ ନିତ୍ୟ ଅନାବିଳତା ଓ
ପବିତ୍ରତାର ଅଛି ସ୍ଥାନ
ସମାଜ ହିତ ଉଦ୍ଦେଶ୍ୟରେ କର୍ମ କଲେ,
ଜୀବନ ହୁଅଇ ମହାନ ।
କୁହ ତାକୁ ସାଧନା, ଯଜ୍ଞ କ୍ରିୟା ଅବା ଅନ୍ୟ
କିଛି କର୍ମ ସ୍ୱରୂପ ତାର
ରଖିଥିବା ସଦା ମନେ ମହାନତା ଓ ମାଧୁର୍ଯ୍ୟତା,
ଏହି ମହାନ୍ ତତ୍ତ୍ୟର ।
ସ୍ଵାର୍ଥପରତା, ବିଭେଦତା, ବିଷମତା, ଘୃଣା
ଅବା ପକ୍ଷପାତିତା
ବିଷ ସଦୃଶ ସେଗୁଡିକ ସୃଷ୍ଟି କରେ ମଣିଷ
ମଣିଷ ମଧ୍ୟରେ ଦୂରତା ।
କେଉଁ ଯୁଗେ କୁହ, ସେଗୁଡିକ ଗୁଣ ସବୁ
ର ଦେଖା ନଥିଲା
ସବୁ ଯୁଗେ ସେଗୁଡିକ ମଣିଷକୁ ଛଟପଟ
କରିଥାଏ ଭଲା ।
ଭଲ ଲାଗୁ ଅବା ମନ୍ଦ ଲାଗୁ, ନଛାଡ଼ଇ
ତାହା ଏଇ ମଣିଷକୁ
ଶିକ୍ଷା ଦୀକ୍ଷା ଥାଉ ତାହା ଛାଡେ ନାହିଁ ମଧ୍ୟ
ସର୍ବୋଚ୍ଚ ଅଧିକାରୀଙ୍କୁ ।
ଯେଉଁ ମଣିଷର କର୍ମ ଓ କର୍ତ୍ତବ୍ୟ ପାଳନ
ରେ ଥାଏ ସଦା ମତି
ସେ ଅଟେ ସାଧନା, ତାହା ଯଜ୍ଞ ନାମରେ
ଅଛି କେବେଠୁ ଖ୍ୟାତି ।
ଏହି ଅପ୍ରିୟ ସତ୍ୟକୁ ଯିଏ ସର୍ବଦା ମନ
ଭିଚରେ ସାଇତି ରଖିଅଛି
କୌଣସି ପ୍ରକାର ସାମାଜିକ କଳଙ୍କ କେବେ
ତାହାଠାରେ ନଲାଗିଛି ।
ମାୟାଜାଲରେ ପଡି ମଧ୍ୟ ସେ ତ କେବେ
ଠକାମିରେ ପଡେନାହିଁ
ଯେତେ କଷ୍ଟ ହେଲେ ମଧ୍ୟ, ତାର ମନକୁ
ଅଶାନ୍ତି କେବେ ଛୁଏଁ ନାହିଁ ।
ସମାଜରେ ସଂସ୍କୃତି ଉଚ୍ଛନ୍ନର ଆଜ ଖୁବ୍
ଜୋରରେ ଚର୍ଚ୍ଚା ହୁଏ
ମଣିଷ ଯେପରି ଏବେ ହିଁ ଅମଣିଷ ହୋଇ
ଅଛି, ବୋଲି କୁହାଯାଏ ।
