STORYMIRROR

Bidyadhar Mantry

Abstract Inspirational Others

4  

Bidyadhar Mantry

Abstract Inspirational Others

ଜୀବନର ଅନୁଭବ କି ପ୍ରକାର

ଜୀବନର ଅନୁଭବ କି ପ୍ରକାର

2 mins
46


ଯେତେବେଳେ ଅନ୍ତରରେ ନିଆଁ ଜଳେ

ପ୍ରାଣ ବାୟୁ ଉଡ଼ି ଯାଉଥିବା ବେଳେ

ହୃଦୟ ଦୃଢ଼ତା ଅନୁଭବ ବେଳେ

ହୃଦ-ବିଣାର ତାର ଛିଣ୍ଡିଲା ବେଳେ

ମନରେ ଦ୍ଵନ୍ଦ ଉପୁଜୁଥିବା ବେଳେ

ମନ ମନ୍ଦିରେ ଅନ୍ଧାର ହେବା ବେଳେ

ରାତ୍ରୀ ଅନ୍ଧକାରେ ଆଶା ହିନ ବେଳେ

ସେତେବେଳେ ନିଜକୁ ନିଜେ ପଚାର

ଜୀବନର ଅନୁଭବ କି ପ୍ରକାର

ଯେତେବେଳେ ଜୀବନର ଦୀପ ଜଳେ

ସଳିତା ପାଇଁ ତେଲ ଯୋଗାଡ ବେଳେ

ନିଜ ପାଇଁ ନିଜକୁ ଆହ୍ଵାନ ବେଳେ

ସୁନ୍ଦର ରମଣୀ ଓଠ ଦର୍ଶନର ବେଳେ

ମନରେ ମଧୁଶାଳାର ଭ୍ରମ ବେଳେ

ଯେବେ ପ୍ରେମ ପାଇଁ ଅପେକ୍ଷାରେ କିଏ

ଯଦି ତାହା ଅନ୍ୟ ନାମେ ଯୋଡ଼ି ହୁଏ

ସେତେବେଳେ ସ୍ଥିର ଚିତରେ ବିଚାର

ଜୀବନର ଅନୁଭବ କି ପ୍ରକାର

ଯେବେ ଧର୍ମ ରକ୍ଷା ପାଇଁ ଦଙ୍ଗା ହୁଏ

ଯେବେ ଧରା ପୃଷ୍ଠ ରକ୍ତ ରଞ୍ଜିତ ହୁଏ

ବୋବାଳି ଶୁଣି ମାନବିକତା ଲୁଚେ

ଯେବେ ପତନ ର ସମୟ ପହଞ୍ଚେ

ତୁମେ ଦେଖୁ ଦେଖୁ ଜଳେ ତୁମ ଘର

ଯେବେ ପ୍ରତିହିଂସା ତୁମକୁ ନଜର

ସେତେବେଳେ କିଛି ନ ଥିବ ତୁମର

ବର୍ତ୍ତିଗଲେ ଜୀବନ ଏକ ପ୍ରକାର

ନିଦ ଭାଙ୍ଗିଗଲେ ଅନ୍ଧାର ରାତିରେ

ଯଦି ମିଠା କଥା ଶୁଭୁଛି କାନରେ

ଯେବେ ହୃଦୟରୁ ଆଖି ଲୁହ ଝରେ

ଅଲଗା ହେବା କଷ୍ଟ ହେଲେ ମନରେ

ମନେ ହେଲେ ଜୀବନ ମାତ୍ର କ୍ଷଣିକ

ଜୀବନ ଯେବେ ହେବ ଭାରୀ ପ୍ରତୀକ

ସେତେବେଳେ ଏକାକୀ ଭାବି ବି ପାର

ଏ ଜିବନ ଅନୁଭବ କି ପ୍ରକାର

ଅତୀତର ଦୃଶ୍ୟ ଯେବେ ଉଠେ ନାଚି

ବର୍ତ୍ତମାନ ସ୍ଥିତି ଯଦି ଦୋହଲୁଛି

ଜୀବନ ପୃଷ୍ଠାରେ କିଛି ଯୋଡ଼ିବାକୁ

ମନେ ହୁଏ କିଛି ବଦଳାଇବାକୁ

ଯଦି ଆଖିରେ କାହା ଛବି ପ୍ରତ୍ୟୟ

ତନ ମନ ଯଦି ସମ୍ପୂର୍ଣ୍ଣ ଅଥୟ

ଅନୁଭବ କି ପ୍ରକାର ଜୀବନରେ

ନିଜର ବିବେକ ନିଜକୁ ପଚାରେ

ମନ ଯଦି ମତୁଆଲା ମେଘ ପରି

ଗୁଞ୍ଜରିତ ପାଉଁଜିର ତାଳ ପରି

ଯେବେ ସୁଖ ଓ ଆନନ୍ଦ ଦୃଶ୍ୟମାନ

ଘରର ପ୍ରାଙ୍ଗଣ କୋଳାହଳେ ପୂର୍ଣ୍ଣ

ଯେବେ ପ୍ରେମ ହୋଇ ନିଦ ହଜି ଯାଏ

ପ୍ରେମର ପ୍ରଦୀପ ଯଦି ଜଳୁ ଥାଏ

ଜୀବନର ଅନୁଭବ କି ପ୍ରକାରେ

ଅନ୍ୟକୁ ଜଣାଇ ଖୁସି ହୁଅ ଥରେ!

ଯେବେ ଦାରିଦ୍ର୍ୟର କଷ୍ଟ ଜୀବନରେ

ଅସହାୟ ଅବସ୍ଥା ଜାତ ମନରେ

ନିର୍ଦ୍ଧନତା ମାଟିରେ ବିକଶିତ ଜ୍ଞାନ

ବର୍ତ୍ତମାନ ଚିନ୍ତା ଭବିଷ୍ୟ ନିର୍ମାଣ

ଜୀବନର ଯାତ୍ରା ଯେବେ ମେଘାଚ୍ଛନ୍ନ

ଆଲୋକ ବି ବହୁଦୂରେ ଦୃଶ୍ୟମାନ

ତେବେ କାହାକୁ କୁହ ଅବା ପଚାର

ଜୀବନର ଅନୁଭବ କି ପ୍ରକାର!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract